Uncategorized

ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍, ୭ ମୃତ ଓ ୬୦ରୁ ଊର୍ଦ୍ଧ୍ୱ ଗୁରୁତର

ନୂଆଦିଲ୍ଲୀ: ତାମିଲନାଡ଼ୁର ଏକ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ଏକ ବଡ଼ ଧରଣର ଅଘଟଣ ଘଟିଛି। ଗ୍ୟାସ ସଂସ୍ପର୍ଶରେ ଆସି ୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ତିରୁଭାଲୁର୍ ଜିଲ୍ଲା ପେରିୟାପାଲାୟାମ ଅନ୍ତର୍ଗତ ମଞ୍ଜାନକାରାନାଇଠାରେ ଥିବା ଏକ ଚିଙ୍ଗୁଡ଼ି ରପ୍ତାନି କମ୍ପାନୀରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, କାରଖାନାରେ କାମ ଚାଲିଥିବା ସମୟରେ ହଠାତ୍ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା। ଏହାର ପ୍ରଭାବରେ ସେଠାରେ କାର୍ଯ୍ୟରତ ଶତାଧିକ ଶ୍ରମିକଙ୍କ ମଧ୍ୟରୁ ଅନେକେ ଶ୍ୱାସରୁଦ୍ଧ ହୋଇ ଫ୍ୟାକ୍ଟ୍ରି ଭିତରେ ହିଁ ଅଚେତ ହୋଇପଡ଼ିଥିଲେ। କାରଖାନା କର୍ତ୍ତୃପକ୍ଷ ତୁରନ୍ତ ଅସୁସ୍ଥ ଶ୍ରମିକମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୭ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୬୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ଚିକିତ୍ସା ଜାରି ରହିଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଅନ୍ୟପଟେ, ଗ୍ୟାସ୍ ଲିକର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀ ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। କାରଖାନାରେ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ଥିଲା କି ନାହିଁ, ସେ ନେଇ ତିରୁଭଲ୍ଲୁର ଜିଲ୍ଲା କଲେକ୍ଟର ଏସ୍. କବିତା ଏକ ଆନୁଷ୍ଠାନିକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Related Articles

Back to top button