ଅନ୍ତର୍ଜାତୀୟସ୍ୱାସ୍ଥ୍ୟ
“ସୁସ୍ଥ ଆୟୁ ପାଇଁ ଯୋଗ” ।

ଭୁବନେଶ୍ୱର ,ମଧ୍ୟପ୍ରଦେଶରେ ରାଷ୍ଟ୍ରପତି, କୋଲକାତାରେ ପ୍ରଧାନମନ୍ତ୍ରୀ ମୋଦି ଓ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ, ଯୋଗାତ୍ସବରେ ସାମିଲ ହେଲେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଦେଶରେ ପ୍ରାୟ ୨ ଶହରୁ ଅଧିକ, ଭାରତୀୟ ଦୂତାବାସ ଏବଂ ଉଚ୍ଚାୟୁକ୍ତଙ୍କ ପକ୍ଷରୁ ୨୫୦୦ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଯାହା ଯୋଗର ବିଶ୍ୱସ୍ତରୀୟ ଗ୍ରହଣୀୟତାକୁ, ପ୍ରତିଫଳିତ କରୁଛି। ୨୦୧୫ ମସିହାରୁ ପ୍ରତିବର୍ଷ ଜୁନ୍ ୨୧ ତାରିଖରେ, ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି।ଆଧୁନିକ ଜୀବନଶୈଳୀର ଚାପ, ମାନସିକ ଅବସାଦ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରେ ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ବରଂ ସୁସ୍ଥ ଜୀବନର ଏକ ସମ୍ପୂର୍ଣ୍ଣ ପଥ। ଚଳିତବର୍ଷର, ଥିମ୍ ରହିଛି- “ସୁସ୍ଥ ଆୟୁ ପାଇଁ ଯୋଗ” । ଦ୍ବାଦଶ ଅନ୍ତର୍ଜାତୀୟ ଯୋଗ ଦିବସରେ, ବିଶ୍ବର ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସ।




