ଅପରାଧଓଡ଼ିଶା

ବ୍ରାଉନସୁଗାର କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ଭୁବନେଶ୍ୱର ,ସହର ଉପକଣ୍ଠସ୍ଥ ତୁରଙ୍ଗ ଗ୍ରାମରୁ ଅବକାରୀ ବିଭାଗ ପକ୍ଷରୁ ଗତ ୮ ତାରିଖରେ ବିପୁଳ ପରିମାଣର ବ୍ରାଉନସୁଗାର, ଜବତ କରାଯାଇ ଏହି କାରବାରରେ, ସମ୍ପୃକ୍ତ ୨ ଭଉଣୀଙ୍କୁ ଗିରଫ କରାଯାଇଥିଲା। ଚଢ଼ାଉ ପରେ ମଧ୍ୟ ଭୟଭୀତ ନହୋଇ କାରବାର, ଖୁଲମଖୁଲା କରାଯାଉ ଥିବା ବେଳେ ଶୁକ୍ରବାର ପୁଣି ଅନୁଗୋଳ ଜିଲା ପୁଲିସ, ସ୍ପେସିଆଲ ସ୍ୱାର୍ଡ ଓ ଅନୁଗୋଳ ଥାନା ପକ୍ଷରୁ ସେହି ତୁରଙ୍ଗ ଗ୍ରାମର ରାଜନଗର ସାହିରେ ଚଢ଼ାଉ କରାଯାଇ ଗୋଟିଏ ପରିବାରର ୪ଜଣଙ୍କୁ ଗିରଫ କରାଯିବ ସହ ସେମାନଙ୍କ ଠାରୁ ପ୍ରାୟ ୯ ଗ୍ରାମ ବ୍ରାଉନସୁଗାର ଓ ୩୧ ଲକ୍ଷ ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ, ତୁରଙ୍ଗ ଗ୍ରାମର ସଞ୍ଜୟ ବେହେରା, ତାଙ୍କ ପତ୍ନୀ ମାମା ବେହେରା, ସଞ୍ଜୟଙ୍କ ଭାଇ ମାନସ ବେହେରା ଓ ଦେବ ବେହେରା। ଅପରାହ୍ନ ୪ଟା ୩୦ ମିନିଟ ସମୟ ବେଳକୁ, ଏହି ଚଢ଼ାଉ କରାଯାଇ ଥିବା ବେଳେ ଗିରଫ ଅଭିଯୁକ୍ତ ମାନଙ୍କୁ ଥାନାଙ୍କୁ ଆଣି ଅଧିକ ତଦନ୍ତ କରୁଛି ପୁଲିସ। ଏହି କାରବାରରୁ ଏତେ ପରିମାଣର ଟଙ୍କା ଜବତ କରାଯାଇ ଥିବାରୁ ଏହା ପଛରେ ବଡ଼ ଧରଣରେ ରାକେଟ କାମ କରୁଥିବାର ପୁଲିସ ଅନୁମାନ କରୁଛି।

Related Articles

Back to top button