ଓଡ଼ିଶାରାଜନୀତି

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଭୁବନେଶ୍ୱର ,ଆସନ୍ତା ୧୯ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ,ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୦ରେ ରାଷ୍ଟ୍ରପତି ନିଜ ଜନ୍ମଦିନ ଅବସରରେ ଜନ୍ମଭୂମି ଏବଂ ପ୍ରଥମ କର୍ମଭୂମି ରାଇରଙ୍ଗପୁରରେ ଉପସ୍ଥିତ ରହିବେ। ଜନ୍ମମାଟିରେ ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୨୦ରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଇରଙ୍ଗପୁରରେ, ପହଞ୍ଚି ରାଷ୍ଟ୍ରପତିଙ୍କ ସହ ଏହି ରାଜ୍ୟସ୍ତରୀୟ ମେଗା ଉତ୍ସବରେ ସାମିଲ ହୋଇ ଏଠାରେ ଆୟୋଜିତ ଏକ ବିଶାଳ ସାଧାରଣ ସଭାକୁ, ସମ୍ବୋଧିତ କରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଗସ୍ତ କେବଳ ଏକ ଉତ୍ସବରେ ସୀମିତ ନ ରହି ଓଡ଼ିଶାର ପ୍ରଗତି ପାଇଁ ଏକ ବଡ଼ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମିଳିତ ଭାବେ ଓଡ଼ିଶା ଏବଂ ମୟୂରଭଞ୍ଜ ପାଇଁ ହଜାର ହଜାର କୋଟି ଟଙ୍କାର, ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୟୂରଭଞ୍ଜ ଗସ୍ତ ସହ ଜଡ଼ିତ ପ୍ରତ୍ୟେକ କାର୍ଯ୍ୟକ୍ରମର, ସୁପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦେଶ ଦେଇଛନ୍ତି। ଏନେଇ ମଙ୍ଗଳବାର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ, ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ସଚିବ, ପୁଲିସ ମହାନିର୍ଦେଶକ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏବଂ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ କାର୍ଯ୍ୟସୂଚୀ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ, ଆଲୋଚନା ସହ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

Related Articles

Back to top button