ପିଲାଙ୍କ ପାଇଁ ସୋସିଆଲ ମିଡିଆ ନିଷିଦ୍ଧ

ଭୁବନେଶ୍ୱର ,୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର,ଉପରେ ବ୍ରିଟେନ ସରକାର, ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଟିକ୍ଟକ, ଇନଷ୍ଟାଗ୍ରାମ, ସ୍ନାପଚାଟ୍, ୟୁଟ୍ୟୁବ୍, ଫେସବୁକ୍ ଓ ଏକ୍ସ ଭଳି ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ୧୬ ବର୍ଷରୁ କମ୍ ପିଲାମାନେ ଆଉ ବ୍ୟବହାର କରିପାରିବେ ନାହିଁ। ବନ୍ଧୁ ଓ ପରିବାର ସହ ଯୋଗାଯୋଗରେ ରହିବା ପାଇଁ ହ୍ବାଟ୍ସଆପ୍ ଏବଂ ସିଗ୍ନାଲ ଭଳି ମେସେଜିଂ ଆପ୍ ଗୁଡ଼ିକୁ, ଏହି ନିଷେଧାଦେଶରୁ ବାଦ୍ ଦିଆଯାଇଛି। ତା’ ସହିତ ଶିକ୍ଷା ସମ୍ପର୍କିତ, ୱେବସାଇଟ୍ ମଧ୍ୟ ଖୋଲା ରହିବ। ଅନଲାଇନ୍ ଗେମିଂ ପ୍ଲାଟଫର୍ମଗୁଡ଼ିକରେ, ପିଲାମାନେ ଯେପରି କୌଣସି ଅଜଣା ବ୍ୟକ୍ତିଙ୍କ ସହ, କଥାବାର୍ତ୍ତା କିମ୍ବା ଲାଇଭ୍-ଷ୍ଟ୍ରିମିଂ କରିପାରିବେ ନାହିଁ ସେଥିପାଇଁ କଡ଼ା ନିୟମ ଅଣାଯାଉଛି। ସରକାର ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏହି ସମ୍ପର୍କିତ ଆଇନ ସଂସଦରେ, ଗୃହୀତ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏବଂ ୨୦୨୭ ସୁଦ୍ଧା ଏହା ସାରା ଦେଶରେ ଲାଗୁ ହେବ।




