Uncategorized

ବଢ଼ିବ ନାହିଁ ଖରାଛୁଟି ଅବଧି,୧୮ରୁ ଖୋଲିବ ସ୍କୁଲ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସରିଲା ପିଲାଙ୍କ ଖରାଛୁଟି, ଖୁବଶୀଘ୍ର ପୁଣି ଚଳଚଞ୍ଚଳ ହେବ ବିଦ୍ୟାଳୟ ପରିବେଶ। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆସନ୍ତା ଜୁନ୍ ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ଯାଉଛି। ବର୍ତ୍ତମାନ ପାଇଁ ଗ୍ରୀଷ୍ମ ଛୁଟିର ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍ପଷ୍ଟ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ସରକାର ପାଣିପାଗ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଆଗାମୀ ଦିନରେ ଯଦି ଖରାର ପ୍ରକୋପ ଅତ୍ୟଧିକ ବଢ଼େ, ତେବେ ଛୁଟି ବୃଦ୍ଧି ନେଇ ପରବର୍ତ୍ତୀ ସମୟରେ ବିଚାର କରାଯିବ। ଏ ସମ୍ପର୍କରେ ସରକାରଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନିଆଯିବ। ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଗତ ଏପ୍ରିଲ ୨୭ ତାରିଖରୁ ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରାଯାଇଥିଲା। ଗତ କିଛି ଦିନ ହେବ ଛୁଟି ଅବଧି ବଢ଼ିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିବା ବେଳେ ଆଜି ମନ୍ତ୍ରୀଙ୍କ ଏହି ବ୍ୟାନ ଏଥିରେ ବିରାମ ଲଗାଇଛି।

Related Articles

Back to top button