ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ଆରାଧନା

ଭୁବନେଶ୍ୱର,  ଆଜି ଶକ୍ତି ପୀଠରେ, ମା’ଙ୍କ ବିଜୟାଦଶମୀ ପୂଜା। ଅନ୍ୟପଟେ ମଣ୍ଡପରେ, ମା’ଙ୍କ ମହାନବମୀ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି, ଅନୁଷ୍ଠିତ ହେଉଛି।

ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ସବୁଠି ଶ୍ରଦ୍ଧାଳୁଙ୍କ ଭିଡ଼।ବାଦ୍ୟ ଓ ଘଣ୍ଟଘଣ୍ଟାର ଧ୍ୱନିରେ ସବୁଠି ସୃଷ୍ଟି ହେଉଛି, ଆଧ୍ୟାତ୍ମିକ ପରିବେଶ। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି, ପୂଜା କମିଟି ଓ ପ୍ରଶାସନ ପକ୍ଷରୁ, ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଶୃଙ୍ଖଳିତ ଦର୍ଶନ ସହ ଶାନ୍ତିପୂର୍ଣ୍ଣ ଭାବେ ପୂଜା ସମ୍ପନ୍ନ କରିବାକୁ ରହିଛି, ବିଶେଷ ଗୁରୁତ୍ୱ।ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ମା’ଙ୍କ ଦିବ୍ୟ ରୂପ ଟାଣି ଆଣୁଛି ଶ୍ରଦ୍ଧାଳୁଙ୍କୁ।

ପବିତ୍ର ମହାନବମୀରେ ପୂଜା ମଣ୍ଡରେ ସ୍ୱତନ୍ତ୍ର ରୀତିନୀତିରେ, ଚାଲିଛି ମା’ଙ୍କ ଆରାଧନା। ମା’ଙ୍କ ଆରାଧନା, ଘଣ୍ଟଘଣ୍ଟା ଓ ମନ୍ତ୍ରୋଚ୍ଚାରଣରେ, ମୁଖରିତ ପୂଜା ମଣ୍ଡପ। ସବୁଠି ଭକ୍ତିମୟ ପରିବେଶ।

Related Articles

Back to top button