ଜାତୀୟଜୀବନଶୈଳୀ

ଅଟୋମୋବାଇଲ୍‌ ଡିଲର ମହାସଂଘ ତରଫରୁ ଜାରି କରାଯାଇ ଥିବା ତଥ୍ୟ

ଭୁବନେଶ୍ୱର,ଅଟୋମୋବାଇଲ୍‌ ଡିଲର ମହାସଂଘ ତରଫରୁ ଜାରି କରାଯାଇ ଥିବା ତଥ୍ୟ ଅନୁସାରେ, ଏହି ମାସରେ ୨୫,୩୧,୦୬୭ ସଂଖ୍ୟକ ଗାଡ଼ି ବିକ୍ରି ହୋଇଛି। ଏହା ଗତବର୍ଷ ମେ’ରେ ବିକ୍ରି ହୋଇଥିବା ୨୩,୧୦,୪୫୧ଟି ଗାଡ଼ି ତୁଳନାରେ, ୯.୫୫ ପ୍ରତିଶତ ଅଧିକ। ଏଫ୍‌ଏଡିଏର ସଭାପତି ସି ଏସ୍‌ ବିଘ୍ନେଶ୍ବର କହିଛନ୍ତି, ଯେ ଅତ୍ୟଧିକ ଗରମ, ଇନ୍ଧନ ମୂଲ୍ୟରେ ବୃଦ୍ଧି ଓ ମଧ୍ୟପ୍ରାଚ୍ୟ ଯୁଦ୍ଧ ସତ୍ତ୍ବେ ଭାରତୀୟ ଅଟୋମୋବାଇଲ୍‌, ଶିଳ୍ପ ଅଭିବୃଦ୍ଧି ହାସଲ କରିଛି। ପୂର୍ବବର୍ଷ ମେ’ ମାସରେ ୧୭,୧୫,୫୮୧ଟି ଦୁଇଚକିଆ ଯାନ ବିକ୍ରି ହୋଇଥିଲା। ଚଳିତ ବର୍ଷ ମେ’ରେ ତିନିଚକିଆ ଗାଡ଼ି ବିକ୍ରି ୩.୫୬ ପ୍ରତିଶତ ବୃଦ୍ଧି ପାଇ ୧,୧୧,୫୨୬ ହୋଇଛି, ଯାହା ପୂର୍ବବର୍ଷ ୧.୦୭,୬୮୮ ଥିଲା। ବାଣିଜ୍ୟିକ ଯାନ ବିକ୍ରି ୫.୨୯ ପ୍ରତିଶତ ବୃଦ୍ଧି ଘଟି ୮୩,୮୨୩ ହୋଇଛି। ଯାହାର ବିକ୍ରି ଗତବର୍ଷ ମେ’ ମାସରେ ୭୯,୬୧୪ ଥିଲା। ଚଳିତ ବର୍ଷ ମେ’ ମାସରେ ରେକର୍ଡ ସଂଖ୍ୟକ ଗାଡ଼ି ବିକ୍ରି ହୋଇଛି।

Related Articles

Back to top button