ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି: ‘ଇଣ୍ଡିଆ’ ମେଣ୍ଟ ବୈଠକରେ ୫ଟି ପ୍ରସଙ୍ଗରେ ସହମତି


ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀସ୍ଥିତ କନଷ୍ଟିଚ୍ୟୁସନ୍ କ୍ଲବରେ ବିରୋଧୀ ‘ଇଣ୍ଡିଆ’ (INDIA) ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗମ୍ଭୀର ଆଲୋଚନାରେ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟର ପ୍ରାୟ ୨୪ଟି ଦଳର ପ୍ରତିନିଧି ଯୋଗ ଦେଇଥିଲେ। ବୈଠକ ଶେଷ ହେବା ପରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ସମସ୍ତ ସହଯୋଗୀ ଦଳ ମୁଖ୍ୟତଃ ପାଞ୍ଚଟି ପ୍ରସଙ୍ଗରେ ସହମତିରେ ପହଞ୍ଚିଛନ୍ତି ଏବଂ ଆଗାମୀ ଦିନରେ ଏହି ପ୍ରସଙ୍ଗଗୁଡ଼ିକ ଉପରେ ଦୃଢ଼ତାର ସହ କାର୍ଯ୍ୟ କରାଯିବ। ନିର୍ବାଚନରେ ଭୋଟ୍ ଜାଲିଆତି ପ୍ରସଙ୍ଗକୁ ନେଇ ‘ଇଣ୍ଡିଆ’ ମେଣ୍ଟ ପକ୍ଷରୁ ଭାରତର ମୁଖ୍ୟ ବିଚାରପତି (CJI)ଙ୍କୁ ଏକ ପତ୍ର ଲେଖାଯିବ। ସାମ୍ପ୍ରତିକ ସମୟରେ NEET ଏବଂ CBSE ପରୀକ୍ଷାରେ ଦେଖାଦେଇଥିବା ବ୍ୟାପକ ଅନିୟମିତତାକୁ ନେଇ ବୈଠକରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି। ଏହି ବିଫଳତା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁରନ୍ତ ଇସ୍ତଫା ଦାବି କରିଛି ମେଣ୍ଟ।




