ଓଡ଼ିଶାମନୋରଞ୍ଜନ

ଭୁବନେଶ୍ୱରରେ କଙ୍ଗନା ରଣାୱତ

ମୁଖ୍ୟମନ୍ତ୍ରୀଙ୍କ ସହ ଦେଖିବେ ‘ଭାରତ ଭାଗ୍ୟ ବିଧାତା’ର ପ୍ରିମିୟର ଶୋ’

ଭୁବନେଶ୍ୱର, ୦୫/୦୬/୨୦୨୬: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ ଓଡ଼ିଶା ଗସ୍ତରେ ଆସି ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ନିଜର ଆଗାମୀ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ସ୍ୱତନ୍ତ୍ର ପ୍ରିମିୟର ପାଇଁ ସେ ଏଠାକୁ ଆସିଥିବା ସୂଚନା ମିଳିଛି। ଆଜି ସନ୍ଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ସେ ଏହି ପ୍ରିମିୟର ଶୋ’ ଦେଖିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ସେଠାରେ ବୃକ୍ଷରୋପଣ କରି କେନ୍ଦ୍ର ସରକାରଙ୍କ ପ୍ରମୁଖ ପରିବେଶ ଅଭିଯାନ ‘ଏକ ପେଡ ମା’ କେ ନାମ’ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ।

କଙ୍ଗନାଙ୍କ ଅଭିନୀତ ‘ଭାରତ ଭାଗ୍ୟ ବିଧାତା’ ଚଳଚ୍ଚିତ୍ରର ଟ୍ରେଲର ନିକଟରେ ମୁକ୍ତିଲାଭ କରି ସାରିଛି। ଏହି ଫିଲ୍ମଟି ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମୟରେ କାମା ହସ୍ପିଟାଲରେ ଘଟିଥିବା ସେହି ସାଙ୍ଘାତିକ ତଥା ସତ୍ୟ ଘଟଣାଗୁଡ଼ିକୁ ନେଇ ନିର୍ମାଣ କରାଯାଇଛି। ଆକ୍ରମଣ ସମୟରେ ଜଣେ ସାହସୀ ନର୍ସଙ୍କ ଅସୀମ ସାହସିକତା, ତ୍ୟାଗ ଏବଂ ରୋଗୀମାନଙ୍କ ପ୍ରତି ତାଙ୍କର ସମର୍ପଣର ଅକୁହା କାହାଣୀକୁ ଏହି ଫିଲ୍ମ ମାଧ୍ୟମରେ ଅତି ନିଖୁଣ ଭାବେ ପରଦାକୁ ଅଣାଯାଇଛି।

 ତେବେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଭଳି ଏକ ସଂବେଦନଶୀଳ ବିଷୟବସ୍ତୁକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହେବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ବଲିଉଡର ବରିଷ୍ଠ ଅଭିନେତ୍ରା ନାନା ପାଟେକରଙ୍କ ଅଭିନୀତ ‘ଦି ଆଟାକ୍ସ ଅଫ ୨୬/୧୧’ ଠାରୁ ଆରମ୍ଭ କରି ମୋହିତ ରୈନାଙ୍କ ଲୋକପ୍ରିୟ ୱେବ୍ ସିରିଜ୍ ‘ମୁମ୍ବାଇ ଡାଏରିଜ’ ପର୍ଯ୍ୟନ୍ତ ଅନେକ ସିନେମା ଏବଂ ଧାରାବାହିକ ଏହି ସତ୍ୟ ଘଟଣା ଉପରେ ଆଧାର କରି ନିର୍ମାଣ କରାଯାଇ ସାରିଛି। ବର୍ତ୍ତମାନ କଙ୍ଗନାଙ୍କ ଏହି ନୂତନ ଚଳଚ୍ଚିତ୍ର ସେହି ଭୟାବହ ଦିନର ଆଉ ଏକ ଅନ୍ଧକାରମୟ କାହାଣୀ ମଧ୍ୟରୁ ଦେଶପ୍ରେମ ଓ ମାନବିକତାର ଏକ ନୂଆ ଦିଗକୁ ଉଜ୍ଜ୍ୱଳ କରିବାକୁ ଯାଉଛି।

Related Articles

Back to top button