
ଭୁବନେଶ୍ୱର ,ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ,ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ନୂତନ କାର୍ଯ୍ୟାଳୟ ନାଚୁଣୀ ସୁନାଖଳା ଛକ ନିକଟରେ, ଉଦଘାଟିତ ହୋଇଯାଇଛି।ଉକ୍ତ ନୂତନ କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫେନ୍ସ ମାଧ୍ୟମରେ, ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟାଳୟ ଦୀର୍ଘ ଦିନ ଧରି ବାଲୁଗାଁ ସହରରେ ଅବସ୍ଥାପିତ ଥିବାବେଳେ, ନୂତନ କାର୍ଯ୍ୟାଳୟ ୧୬ ନଂ ଓ ୫ନଂ ଜାତୀୟ ରାଜପଥ ସଂଯୋଗ ସ୍ଥଳରେ ରହିଥିବା ବେଳେ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଥାନାର ମଧ୍ୟଭାଗରେ, ରହିଥିବାରୁ ଦୁର୍ଘଟଣା ଅବା ଅପରାଧ ନିୟନ୍ତ୍ରଣ କରିବା ଦିଗରେ, ବେଶ ସହାୟକ ହୋଇପାରିବ ବୋଲି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ସଞ୍ଜୟ କୁମାର ପଟ୍ଟନାୟକ କହିଛନ୍ତି।ଏହି ଅବସରରେ ଚିଲିକା ପୂର୍ବତନ ବିଧାୟକ ବିଭୂତି ଭୂଷଣ ହରିଚନ୍ଦନ,ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ରାଣୀ ବେହେରା, ଉପାଧ୍ୟକ୍ଷ ଅରୁଣ କୁମାର ପଟ୍ଟନାୟକ,ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ,ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଅସ୍ମିତ ପରମାର, ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ, ବାଲୁଗାଁ ଉପଖଣ୍ଡ ଅନ୍ତର୍ଗତ ବାଲୁଗାଁ, ବାଣପୁର, ନାଚୁଣୀ, ଟାଙ୍ଗୀ, ନିରାକାରପୂର ଥାନା ଅଧିକାରୀମାନଙ୍କ ସମେତ ଥାନା ଓ ଫାଣ୍ଡି କର୍ମଚାରୀ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି,ସ୍ଥାନୀୟ ଜନପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ।




