ଅନ୍ତର୍ଜାତୀୟଅନ୍ୟାନ୍ୟ

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ଚର୍ଚ୍ଚା

ଭୁବନେଶ୍ୱର ,ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ, ନିଜର ଜଣେ ‘ଭଲ ବନ୍ଧୁ’ ବୋଲି ସମ୍ବୋଧନ କରିବା ସହ ତାଙ୍କର ପ୍ରଶଂସା କରିଛନ୍ତି। ଏହା ସହିତ ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍‌ଶୀଘ୍ର ଏକ ବଡ଼ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଛି ବୋଲି, ସେ ସୂଚନା ଦେଇଛନ୍ତି।ହ୍ୱାଇଟ୍ ହାଉସ୍‌ରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଟ୍ରମ୍ପ କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବହୁତ ପସନ୍ଦ କରେ। ସେ ମୋର ଜଣେ ଅତ୍ୟନ୍ତ ଭଲ ବନ୍ଧୁ। ଆମ ମଧ୍ୟରେ ସମ୍ପର୍କ ବେଶ୍ ମଜବୁତ ରହିଛି ଏବଂ ଆମେ ଖୁବ୍‌ଶୀଘ୍ର ଏକ ବାଣିଜ୍ୟିକ ଚୁକ୍ତି କରିବାକୁ ଯାଉଛୁ।”ଟ୍ରମ୍ପଙ୍କ ଏହି ବୟାନ ଏଭଳି ଏକ ସମୟରେ ଆସିଛି ଯେତେବେଳେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ, ଆହୁରି, ମଜବୁତ କରିବା ପାଇଁ ଆଲୋଚନା ଜାରି ରହିଛି।ଟ୍ରମ୍ପଙ୍କ ପୂର୍ବରୁ ରୁଷ୍ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ଓ ଭାରତର ସାର୍ବଭୌମତ୍ୱକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ପୁଟିନ କହିଛନ୍ତି ଯେ, ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ରୁଷ ସହିତ ସମ୍ପର୍କ କ୍ଷେତ୍ରରେ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସମଗ୍ର ବିଶ୍ୱ ଏହା ଭଲଭାବେ ବୁଝିସାରିଛି ଯେ, ବିଶ୍ୱର ସବୁଠାରୁ, ବଡ଼ ଜନସଂଖ୍ୟା ବିଶିଷ୍ଟ ମହାନ ଦେଶ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ କୌଣସି ପ୍ରକାରର ଚାପ ପକାଇବା ଆନ୍ତର୍ଜାତୀୟ ସମ୍ପର୍କ ପାଇଁ, କ୍ଷତିକାରକ ସାବ୍ୟସ୍ତ ହେବ।ପୁଟିନ ଭାରତକୁ ଏକ ବିଶ୍ୱାସଯୋଗ୍ୟ ଅଂଶୀଦାର ବୋଲି, ବର୍ଣ୍ଣନା କରିବା ସହ କହିଛନ୍ତି ଯେ, ଆଗାମୀ ବର୍ଷଗୁଡ଼ିକରେ ଭାରତ ଓ ରୁଷର ଦ୍ୱିପାକ୍ଷିକ ବାଣିଜ୍ୟ ୧୦୦ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବ।

Related Articles

Back to top button