ଅନ୍ତର୍ଜାତୀୟଅନ୍ୟାନ୍ୟ

୧୧ଟି ଦେଶର ପ୍ରତିନିଧି ବ୍ରିକ୍ସ ରାଷ୍ଟ୍ର ସମ୍ମିଳନୀରେ ସାମିଲ ହେବେ।

ଭୁବନେଶ୍ୱର ,୧୧ଟି ଦେଶର ପ୍ରତିନିଧି ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀରେ, ସାମିଲ ହେବେ।ଆଜି ଠାରୁ ପୁରୀରେ ଆରମ୍ଭ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀ। ସମ୍ମିଳନୀ ହେବାକୁ ଥିବା ଅଞ୍ଚଳକୁ ସମ୍ପୂର୍ଣ୍ଣ ସିସିଟିଭି, ସର୍ଭେଲାନ୍ସରେ ରଖାଯାଇଛି। ବ୍ରିକ୍ସ ରାଷ୍ଟ୍ର ସମୂହ ପ୍ରତିନିଧି ଦଳ କୋଣାର୍କ ଗସ୍ତ ଥିବାରୁ, ସେଠାରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀ, ଆୟୋଜନ ହେଉଥିବାରୁ ଏହାକୁ ସଫଳ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ, ଗ୍ରହଣ କରାଯାଇଛି।ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ ଏବଂ ବୈଷୟିକ ଦିଗ ପ୍ରତି ପ୍ରସଙ୍ଗକୁ ନେଇ, ଏହି ସମ୍ମିଳନୀରେ ଆଲୋଚନା ହେବ। ପୁରୀର ଏକ ହୋଟେଲରେ ବୈଠକ ଅନୁଷ୍ଠିତ ହେଉଥିବା ବେଳେ, ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Related Articles

Back to top button