
ଭୁବନେଶ୍ୱର ,ଏଲ୍ ନିନୋର ସିଧାସଳଖ ପ୍ରଭାବ ଭାରତ ଉପରେ ପଡ଼ିବ। ଏହା ଦୀର୍ଘ ଗ୍ରୀଷ୍ମ ଋତୁକୁ ନେଇପାରେ। ମୌସୁମୀ ଋତୁରେ ବର୍ଷା ସ୍ୱାଭାବିକଠାରୁ କମ୍ ହୋଇପାରେ, ଯାହା ଫଳରେ ଫସଲ ଉତ୍ପାଦନ ହ୍ରାସ ପାଇବ ଏବଂ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭାରତରେ, ତାପମାତ୍ରା ପୂର୍ବରୁ ବୃଦ୍ଧି ପାଉଛି।ବୃଷ୍ଟିପାତ ଢାଞ୍ଚାରେ ହେଉଥିବା ବାଧା ବିଶ୍ୱର ଅନେକ ସ୍ଥାନରେ ବନ୍ୟା, ମରୁଡ଼ି ଏବଂ ଗରମ ଲହରୀକୁ, ତୀବ୍ର କରିପାରେ। ଏହାର ସକ୍ରିୟ ପର୍ଯ୍ୟାୟ ସମୟରେ, ଏହି ଋତୁକାଳୀନ ଘଟଣା ବିଶ୍ୱର ହାରାହାରି ତାପମାତ୍ରାକୁ ବୃଦ୍ଧି କରିଥାଏ।ଏଲ୍ ନିନୋ ଘଟଣାଗୁଡ଼ିକ, ସାଧାରଣତଃ ପ୍ରତି ୨ ରୁ ୭ ବର୍ଷରେ ଘଟିଥାଏ ଏବଂ ସାଧାରଣତଃ ୯ ରୁ ୧୨ ମାସ ପର୍ଯ୍ୟନ୍ତ ରହିଥାଏ। ଏହାର ପ୍ରତିରୂପ ହେଉଛି ‘ଲା ନିନା’, ଯାହା ପ୍ରଶାନ୍ତ ମହାସାଗରର ତାପମାତ୍ରା, ସ୍ୱାଭାବିକ ଅପେକ୍ଷା ଥଣ୍ଡା ଥିବା ସୂଚିତ କରେ।ଏଲ୍ ନିନୋ ପ୍ରଶାନ୍ତ ମହାସାଗରରୁ ଉତ୍ପନ୍ନ, ଏହାର ପ୍ରଭାବ ସମଗ୍ର ବିଶ୍ୱରେ ଅନୁଭୂତ ହେଉଛି। ଫଳସ୍ୱରୂପ ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଏବଂ ମଧ୍ୟ ଆଫ୍ରିକା ଏବଂ ଆମାଜନ, ବେସିନ୍ ପ୍ରଚଣ୍ଡ ଗରମ ଏବଂ ଜଙ୍ଗଲୀ ନିଆଁର ସମ୍ମୁଖୀନ ହେବେ।ଆମେରିକାର କିଛି ଅଂଶ ବିଶେଷକରି ଦକ୍ଷିଣ ଅଞ୍ଚଳ, ପ୍ରବଳ ବର୍ଷା ଏବଂ ବନ୍ୟା ଅନୁଭବ କରିପାରେ, ଯେତେବେଳେ ଉତ୍ତର ଆମେରିକାରେ ତାପମାତ୍ରା ଅଧିକ ହୋଇପାରେ।




