Uncategorized

ଏକତରଫା ପ୍ରେମରୁ ମହିଳା ଶୌଚାଳୟରେ ହିଡେନ୍ କ୍ୟାମେରା, ଅଭିଯୁକ୍ତ କିରାଣି ଗିରଫ

ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (DRDA) କାର୍ଯ୍ୟାଳୟର ମହିଳା ଶୌଚାଳୟରୁ ହିଡେନ୍ କ୍ୟାମେରା ଜବତ ଘଟଣାରେ ପୋଲିସ ଏକ ଚାଞ୍ଚଲ୍ୟକର ଖୁଲାସା କରିଛି। ଏକତରଫା ପ୍ରେମରେ ବିଫଳ ହେବା ପରେ ଅଭିଯୁକ୍ତ ଜଣକ ଏଭଳି କାଣ୍ଡ ଭିଆଇଥିବା ନେଇ ରବିବାର ଏକ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ଜଗତସିଂହପୁର ଏସପି ଅଙ୍କିତ ବର୍ମା। ମିଳିଥିବା ସୂଚନା ଅନୁଯାୟୀ, କାର୍ଯ୍ୟାଳୟର ଜଣେ ମହିଳା ସହକର୍ମୀଙ୍କୁ ଅଭିଯୁକ୍ତ ଜୁନିୟର କ୍ଲର୍କ ସଞ୍ଜୟ ଅଧେଖା ଏକତରଫା ପ୍ରେମ କରୁଥିଲା। ମାତ୍ର ସେଥିରେ ବିଫଳ ହେବା ପରେ ପ୍ରତିଶୋଧ ପରାୟଣ ହୋଇ ସେ ମହିଳା ଶୌଚାଳୟରେ ଲୁଚା ଚୋରା କ୍ୟାମେରା ଖଞ୍ଜିଥିଲା। ଏହି ଘଟଣାରେ ଶନିବାର ତିର୍ତ୍ତୋଲ ପୋଲିସ ଅଭିଯୁକ୍ତ ସଞ୍ଜୟକୁ ଗିରଫ କରିବା ପରେ ଜିଲ୍ଲାପାଳ ତାଙ୍କୁ ଚାକିରିରୁ ନିଲମ୍ବିତ (ସସପେଣ୍ଡ) କରିଛନ୍ତି। ପୋଲିସ ଅଭିଯୁକ୍ତ ନିକଟରୁ ହିଡେନ୍ କ୍ୟାମେରା ସମେତ ଏକ ମୋବାଇଲ୍ ଫୋନ, ପେନ୍ ଡ୍ରାଇଭ୍ ଏବଂ ସିସିଟିଭିର ହାର୍ଡ ଡିସ୍କ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

Related Articles

Back to top button