ପାଣିପାଗସ୍ୱାସ୍ଥ୍ୟ

ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।

ଭୁବନେଶ୍ୱର ,ଉତ୍ତର ପ୍ରଦେଶରେ ଗତ ୨୪ ଘଣ୍ଟାରେ ଭୟଙ୍କର ଝଡ଼ ଓ ପ୍ରବଳ ବର୍ଷା ହୋଇଛି। ବୁନ୍ଦେଲଖଣ୍ଡ ଏବଂ ପୂର୍ବାଞ୍ଚଳରେ ପାଣିପାଗର ପ୍ରଭାବ ସବୁଠାରୁ, ଅଧିକ ଦେଖିବାକୁ ମିଳିଛି। ସହାରନପୁରରେ ପାହାଡ଼ରୁ ଆସିଥିବା ପାଣିର ପ୍ରଖର ସ୍ରୋତରେ ଇନୋଭା ଏବଂ ଟ୍ରାକ୍ଟର ସମେତ ପ୍ରାୟ ୧୦ଟି ଗାଡ଼ି ଭାସିଯାଇଛି। ଚୌରିଚୌରା ଏବଂ ଗୌରୀ ବଜାର ରେଳ ଷ୍ଟେସନ ମଧ୍ୟରେ, ରେଳ ଲାଇନ୍ ଉପରେ ୪ଟି ଗଛ ପଡ଼ିଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟବ୍ୟାପୀ ହୋଇଥିବା କ୍ଷୟକ୍ଷତିର ଆକଳନ କରି ୨୪ ଘଣ୍ଟା ମଧ୍ୟରେ ପୀଡ଼ିତମାନଙ୍କୁ, ସହାୟତା ରାଶି ବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଉରାଇ ଏବଂ ଭୁଆ ଷ୍ଟେସନ ମଧ୍ୟରେ ଓଭରହେଡ୍ ଇଲେକ୍ଟ୍ରିକ୍ ଲାଇନର ଖୁଣ୍ଟ ଭାଙ୍ଗିଯିବାରୁ ଝାନ୍ସି-ଲକ୍ଷ୍ନୌ ରେଳଖଣ୍ଡରେ, ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା। ଆଗ୍ରାରେ ଘଣ୍ଟା ପ୍ରତି ୧୦୦ କିମି ବେଗରେ ଝଡ଼ ସହିତ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ଅନେକ ସ୍ଥାନରେ ଗଛ ଏବଂ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିଲା। ସାଇଁ କା ତକିଆ ଛକ ନିକଟରେ, ଏକ ଇ-ରିକ୍ସା ଉପରେ ନିମ୍ବ ଗଛ ପଡ଼ିଯିବାରୁ ରିକ୍ସା ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।ଉତ୍ତର-ପଶ୍ଚିମ ଭାରତର, ଅନେକ ରାଜ୍ୟରେ ଗତକାଲି ଭୟଙ୍କର ଝଡ଼-ତୋଫାନ ଏବଂ ପ୍ରବଳ ବର୍ଷା ହୋଇଛି, ଯାହା ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଏବଂ ଉତ୍ତରାଖଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶରେ ଝଡ଼-ତୋଫାନ ଓ ବର୍ଷା ଜନିତ ଦୁର୍ଘଟଣାରେ ୩୧ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ବିହାରରେ ୧୭ ଜଣ ଏବଂ ପଶ୍ଚିମବଙ୍ଗରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।

Related Articles

Back to top button