
ଭୁବନେଶ୍ୱର ,ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁମନ୍ତ ନାଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୃହ ଏବଂ କର୍ମଚାରୀ କ୍ୱାର୍ଟର୍ସର ମରାମତି କାର୍ଯ୍ୟ ପାଇଁ,
ଜଣେ ଠିକାଦାରଙ୍କ ଜମା ଥିବା ସିକ୍ୟୁରିଟି ଡିପୋଜିଟ୍ ଟଙ୍କା,
ଫେରସ୍ତ କରିବା ଫାଇଲ୍ ଅଟକାଇ ରଖିଥିଲେ।
ସିକ୍ୟୁରିଟି ଡିପୋଜିଟ୍ ଟଙ୍କା ଛାଡ଼ିବା ପାଇଁ, କନିଷ୍ଠ ଯନ୍ତ୍ରୀ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।
ଏନେଇ ଠିକାଦାର ଜଣଙ୍କ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ,
ଠିକାଦାରଙ୍କ ଠାରୁ କନିଷ୍ଠ ଯନ୍ତ୍ରୀ ସୁମନ୍ତ ନାଏକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଧରିଥିଲା।
କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ସମ୍ବଲପୁର ସ୍ଥିତ ଘର ସମେତ ୩ଟି ସ୍ଥାନରେ, ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ।




