ଅନ୍ୟାନ୍ୟରାଜନୀତି

ଶିବକୁମାର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି

ଭୁବନେଶ୍ୱର ,ମଙ୍ଗଳବାର,କର୍ଣ୍ଣାଟକର ଶାସକ ଦଳ କଂଗ୍ରେସରେ ଲାଗି ରହିଥିବା କ୍ଷମତା ବିବାଦ ପରିପ୍ରେକ୍ଷୀରେ, ଦଳର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।ନୂଆଦିଲ୍ଲୀର ଇନ୍ଦିରା ଭବନରେ ଅନୁଷ୍ଠିତ ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ବରିଷ୍ଠ ନେତା ରାହୁଲ ଗାନ୍ଧୀ, କେସି ବେଣୁଗୋପାଳ, କର୍ଣ୍ଣାଟକ ରାଜ୍ୟ ପ୍ରଭାରୀ ରଣଦୀପ ସୂର୍ଯ୍ୟେୱାଲା, ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ପ୍ରମୁଖ ଯୋଗ ଦେଇଥିଲେ। ରିପୋର୍ଟ ଅନୁଯାୟୀ ବୈଠକରେ ସିଦ୍ଧରମେୟାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ହାଇକମାଣ୍ଡଙ୍କ ପକ୍ଷରୁ, ନିର୍ଦେଶ ଦିଆଯାଇଥିବା ଜଣାପଡିଛି। ଏପରି କି ଗୁରୁବାର ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି। ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ, ତାଙ୍କୁ ରାଜ୍ୟସଭାକୁ ପଠାଯିବ।ପରେ ତାଙ୍କୁ କଂଗ୍ରେସର ଜାତୀୟ ସଂଗଠନ ସ୍ତରରେ ବଡ ଦାୟିତ୍ବ ଦିଆଯିବ। ସିଦ୍ଧରମୈୟାଙ୍କ ସ୍ଥାନରେ ଡିକେ ଶିବକୁମାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବେ। ମୁଖ୍ୟମନ୍ତ୍ରୀ ପଦ ଲାଗି ଶିବକୁମାର ଓ ତାଙ୍କ ସମର୍ଥକମାନେ, ଦୀର୍ଘ ଦିନ ହେଲା ହାଇକମାଣ୍ଡଙ୍କ ନିକଟରେ ଦାବି କରିଆସୁଥିଲେ। ୨୦୨୩ ବିଧାନସଭା ନିର୍ବାଚନ ପରେ ଶିବକୁମାର ମୁଖ୍ୟମନ୍ତ୍ରୀ ପାଇଁ ବଡ ଦାବିଦାର ଥିଲେ। ତେବେ ଏହି କ୍ଷମତା ପରିବର୍ତ୍ତନ ସମ୍ପର୍କରେ କଂଗ୍ରେସ ଦଳ କିମ୍ବା ସିଦ୍ଧରମେୟା ଓ ଶିବକୁମାରଙ୍କ ପକ୍ଷରୁ, କିଛି କୁହାଯାଇ ନାହିଁ। ବୈଠକ ପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ, ବେଣୁଗୋପାଳ କହିଛନ୍ତି ଯେ ଆଗକୁ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନ ଓ କର୍ଣ୍ଣାଟକ ବିଧାନ ପରିଷଦ ନିର୍ବାଚନ ସମ୍ପର୍କରେ ଆଲୋଚନା କରାଯାଇଛି।

Related Articles

Back to top button