
ଭୁବନେଶ୍ୱର ,ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗତ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିବା ବେଳେ, ମଙ୍ଗଳବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ, ଭେଟିଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,ଯେତେଥର ଦିଲ୍ଲୀ ଗସ୍ତ କରିଛନ୍ତି ତା’ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହିତ ନିଗମ, ବୋର୍ଡରେ ନେତାଙ୍କ ଥଇଥାନ ନେଇ ଆଲୋଚନା ହୋଇଥାଏ।ଆସନ୍ତା ମାସ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର, ଦୁଇ ବର୍ଷ ପୂରଣ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ସଭାପତିଙ୍କ ଦିଲ୍ଲୀ ଗସ୍ତ ପରିପ୍ରେକ୍ଷୀରେ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବାଟ ଫିଟିଛି ବୋଲି କୁହାଯାଉଛି। ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଯେକୌଣସି ମୁହୂର୍ତ୍ତରେ ରାଜ୍ୟରେ ମନ୍ତ୍ରିମଣ୍ଡଳ, ସମ୍ପ୍ରସାରଣ ହୋଇପାରେ। ସେହିପରି ନିଗମ, ବୋର୍ଡ ପାଇଁ ମଧ୍ୟ ନେତାଙ୍କ ମନୋନୟନ ପ୍ରକ୍ରିୟା ଚାଲିଛି। ତେଣୁ ଖୁବ୍ ଶୀଘ୍ର ଏହା ଉପରେ ମୋହର ଲାଗିପାରେ ବୋଲି ଶ୍ରୀ ପୂଜାରୀ କହିଛନ୍ତି।




