
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ଓଡ଼ିଶାରେ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ‘ ଜଗବନ୍ଧୁ ଜରାଶ୍ରମ ‘ ଏବଂ ଓଡ଼ିଶା ସରକାରଙ୍କ ବନବିଭାଗ ଜରପଡ଼ା ବନାଞ୍ଚଳ, ଅନୁଗୁଳ ବନଖଣ୍ଡଙ୍କ ମିଳିତ ଉଦ୍ୟମରେ ହାତୀ ମଣିଷ ସଚେତନତା କାର୍ଯ୍ୟକ୍ରମ ଜରପଡ଼ା ବାନାଞ୍ଚଳ ଅଧିନସ୍ଥ ପରା, ଉଗି , କଞ୍ଜରା, କତଡ଼ା ଏବଂ ଅନ୍ତୁଳିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ସଚେତନତା ପାଇଁ ଘୋଡ଼ାନାଚ, ପାଲା ଏବଂ ଦାସକାଠିଆ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ସ୍ୱୟଂ ସହାୟିକା ଗୋଷ୍ଠୀ ସମୂହ, ଯୁବକ ସଂଘ, ଜରପଡ଼ା ପତିତପାବନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ରହି ସ୍ଥାନୀୟ ଜନସାଧାରଣଙ୍କୁ ଲିଫ୍ଲେଟ ଏବଂ ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ଗୁଡ଼ିକ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜରପଡ଼ା ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ନାୟକ, ରୀତାରାଣୀ ସେଠୀ, ଜ୍ୟୋତ୍ସ୍ନା ରାଣୀ ନାୟକ ତଥା ସମସ୍ତ କର୍ମଚାରୀ ସକ୍ରିୟ ଭାବେ ଅଂଶଗ୍ରହଣ କରି ପାଞ୍ଚଟି ଗ୍ରାମର ୧୦,୦୦୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ମିଳିତ ଭାବେ ଶପଥ ପାଠ ମାଧ୍ୟମରେ ହାତୀ ଏବଂ ମଣିଷର ଆଗାମୀ ଦିନରେ ସୁସମ୍ପର୍କ, ହାତୀ ସୁରକ୍ଷ. ବୃକ୍ଷ ରୋପଣ, ବନ୍ୟପ୍ରାଣୀ ଶିକାର ନକରିବା ପାଇଁ ଶପଥ ନେଇଛନ୍ତି । ଜଗବନ୍ଧୁ ଜରାଶ୍ରମର କାର୍ଯ୍ୟକର୍ତ୍ତା ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ ସାଧାରଣ ଜନତାଙ୍କୁ ଅବଗତି କରାଇଥିଲେ । ଅନୁଗୁଳ ବନଖଣ୍ଡ ଅଧିକାରୀ ନୀତିଶ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଗବନ୍ଧୁ ଜରାଶ୍ରମର ସମ୍ପାଦକ ଆଶୁତୋଷ ମିଶ୍ର ଏବଂ ସ୍ୱେଚ୍ଛାସେବୀ ହିମାଂଶୁ ଶେଖର ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।




