ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଆଜି ଶ୍ରୀମନ୍ଦିରରେ ପୂଜାବିଧି ଆଧ୍ୟାତ୍ମିକ ପରିବେଶରେ, ସମ୍ପନ କରାଯାଇଛି।

ଭୁବନେଶ୍ୱର,ଶ୍ରୀମନ୍ଦିରରେ ସାବିତ୍ରୀ ଅମାବାସ୍ୟା ପାଇଁ ଆଜି, ସ୍ବତନ୍ତ୍ର ନୀତିକାନ୍ତି। ସକାଳୁ ସକାଳୁ ବିବାହିତ ମହିଳା ମାନେ ତାଙ୍କ ସ୍ବାମୀଙ୍କର ଆୟୁଷ କାମନା କରି ଫଳମୂଳ ଓ ଶଙ୍ଖା ସିନ୍ଦୂର ପୂଜାର୍ଚ୍ଚନା କରିଛନ୍ତି।ଶ୍ରୀମନ୍ଦିର ଭିତର ବେଢ଼ାର ଜଳକ୍ରୀଡ଼ା ମଣ୍ଡପରେ ଏହି ନୀତି ପାଳିତ ହୁଏ। ଉକ୍ତ ଦିନ ଦିବା ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ସରିବା ପରେ, ଦକ୍ଷିଣି ଘର ଭୋଗ ସରି ଶ୍ରୀମଦନମୋହନ ରନ୍ ସିଂହାସନକୁ ବିଜେ ହୋଇଥାନ୍ତି। ଶ୍ରୀମଦନମୋହନ ଓ ଶ୍ରୀଦେବୀ ଆଜ୍ଞାମାଳ ପ୍ରାପ୍ତ ହୋଇ, ଜଳକ୍ରୀଡ଼ା ମଣ୍ଡପକୁ, ବିଜେ କରିଥାନ୍ତି । ସେଠାରେ ମହାଜନ ସେବକମାନେ ପ୍ରତିମାମାନଙ୍କୁ ଜଳକୁଣ୍ଡରେ ବିଜେ କରାଇଥାନ୍ତି ଓ ମୁଦିରସ୍ତ ସେବକ ପ୍ରସାଦ ଲାଗି କରନ୍ତି। ଚନ୍ଦନ ପାଣି ପିଚକାରୀ ହୋଇବା ପରେ, ଶୀତଳ ଭୋଗ ଓ ଶ୍ରୀଅଙ୍ଗ ପୋଛା, ମଇଲମ, ମାଳଫୁଲ ଲାଗି ହୋଇ ବେଶ କରାଯାଏ।ଅମାବାସ୍ୟା ତିଥିରେ ଭିତର ଚନ୍ଦନ ଯାତ୍ରା ଅବସରରେ, ଜଳକ୍ରୀଡ଼ା ଅନୁଷ୍ଠିତ ହେବ। ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ, ସାବିତ୍ରୀ ଅମାବାସ୍ୟା ଓ ଶୀତଳ ଷଷ୍ଠୀ ଦିନ ଜଳକ୍ରୀଡ଼ା କରିଥାନ୍ତି, ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା।

Related Articles

Back to top button