ଜାତୀୟରାଜନୀତି

କଂଗ୍ରେସ ପ୍ରଭାରୀଙ୍କ ଘୋଷଣା: କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଭି.ଡି. ସତୀଶନ

ନୂଆଦିଲ୍ଲୀ: ଭି.ଡି. ସତୀଶନକେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନେଇ ସ୍ପଷ୍ଟ ହୋଇଛି। କେରଳ କଂଗ୍ରେସ ପ୍ରଭାରୀ ଦୀପା ଦାସମୁନସି ଗୁରୁବାର ଆନୁଷ୍ଠାନିକ ଭାବେ ଏହି ଘୋଷଣା କରିଛନ୍ତି। ଦୀର୍ଘ ୧୦ ଦିନର ପର୍ଯ୍ୟାଲୋଚନା ପରେ ହାଇକମାଣ୍ଡଙ୍କ ନିଷ୍ପତ୍ତି କ୍ରମେ ତାଙ୍କ ନାମ ଉପରେ ମୋହର ବାଜିଛି। ଉତ୍ତର ପାରାଭୁର (North Paravur) ଆସନରୁ ସତୀଶନ ଲଗାତାର ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୨୦୦୧ ମସିହାରୁ ସେ କ୍ରମାଗତ ଭାବେ ବିଧାନସଭାକୁ ପ୍ରତିନିଧିତ୍ୱ କରି ଆସୁଛନ୍ତି। ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ସେ କେରଳ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି।

Related Articles

Back to top button