
ଭୁବନେଶ୍ୱର,ନିମ୍ନମାନର କାମ ହେଲେ, କାର୍ଯ୍ୟାନୁଷ୍ଠାନ ଚେତାବନୀ। ଠିକାଦାରଙ୍କ ଠାରୁ ଅଧିକ ଦଣ୍ଡିତ ହେବେ ଅଫିସର୍।
କୌଣସି ପରିସ୍ଥିତିରେ କାମର କ୍ୱାଲିଟି ଓ କ୍ୱାଣ୍ଟିଟିରେ ସାଲିସ କରାଯିବ ନାହିଁ କହିଛନ୍ତି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର।
ପ୍ରତି ମାସରେ ବିଲ୍ ସବମିଟ୍ ସହ ଲୋକଙ୍କ ଅଭିଯୋଗ, ଯେପରି ଆସିବ ନାହିଁ ସେଥିପାଇଁ, ଅଧିକାରୀମାନଙ୍କୁ ଯତ୍ନବାନ ହେବାକୁ ମଧ୍ୟ ତାଗିଦ କରିଛନ୍ତି ମନ୍ତ୍ରୀ।
ଏନେଇ ଠିକାଦାରଙ୍କ ପ୍ରତିକ୍ରିୟା, ମିଳିପାରିନାହିଁ। ସମ୍ବଲପୁର ଗସ୍ତ ସମୟରେ, ମହାନଗର ନିଗମ କାର୍ଯ୍ୟାଳୟରେ ହୋଇଥିବା ସମୀକ୍ଷା ବୈଠକରେ,ଅଫିସରଙ୍କ ଉପରେ ଖପା ହେଲେ ମନ୍ତ୍ରୀ।
ବୈଠକରେ ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାୟକ, ଜିଲ୍ଲାପାଳ, ମହାନଗର ନିଗମ କମିଶନରଙ୍କ, ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।




