
ଭୁବନେଶ୍ୱର ,ପରିବହନ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଇଭି ପାଇଁ ସବସିଡ୍ ୨୦୨୮ ଯାଏଁ ବୃଦ୍ଧି କରାଯାଇଛି।ଆଉ ପେଟ୍ରୋଲ୍ କି ଡିଜେଲ୍ ନୁହେଁ, ଅଧିକରୁ ଅଧିକ ବ୍ୟବହାର କରନ୍ତୁ ଇଭି। ଏନେଇ ରାଜ୍ୟବାସୀଙ୍କୁ ଅପିଲ୍ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା।
ପୂର୍ବରୁ ଇଭି ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।




