
ଭୁବନେଶ୍ୱର ,ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖରନ୍ ଯୋଶେଫ ବିଜୟ, ସୋମବାର ଡିଏମ୍କେ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଓ ପିଏମ୍କେ ସଭାପତି ଅମ୍ବୁମଣୀ ରାମଦୋସଙ୍କୁ, ସେମାନଙ୍କ ବାସଭବନରେ ଭେଟିଛନ୍ତି।ବିଜୟଙ୍କ ନେତୃତ୍ବାଧୀନ ଟିଭିକେକୁ ସରକାର ଗଠନ ପାଇଁ, କଂଗ୍ରେସର ୫, ସିପିଆଇ, ସିପିଆଇ, ଭିସିକେ ଓ ଆଇୟୁଏମ୍ଏଲ୍ର ୨ ଜଣ ଲେଖାଏଁ ବିଧାୟକ, ସମର୍ଥନ କରୁଛନ୍ତି। ଏହି ସମସ୍ତ ଦଳର ସମର୍ଥନ ଦ୍ବାରା ବିଜୟଙ୍କ ସରକାର ସଂଖ୍ୟାଗରିଷ୍ଠତା ହାସଲ କରିିଛି। ମେ ୧୩’ରେ ବିଜୟ ବିଧାନସଭାରେ ଆସ୍ଥା ଭୋଟର, ସମ୍ମୁଖୀନ ହେବେ।ଏହା ସତ୍ତ୍ବେ ବିଜୟ ବିରୋଧୀ ଶିବିରରୁ ସମର୍ଥନ ପାଇବା ଆଶାରେ, ଷ୍ଟାଲିନ ଓ ରାମଦୋସଙ୍କୁ ଭେଟିଛନ୍ତି। ଡିଏମ୍କେ ପାଖରେ ଏବେ ୫୯ ବିଧାୟକ ଥିବାବେଳେ ପିଏମ୍କେ ପାଖରେ ୪ ବିଧାୟକ ଅଛନ୍ତି। ପିଏମ୍କେ ହେଉଛି ଏଆଇଏଡିଏମ୍କେ ନେତୃତ୍ବାଧୀନ ମେଣ୍ଟର ଅଂଶୀଦାର ଦଳ।




