ଅନ୍ତର୍ଜାତୀୟରାଜନୀତି
ମେ’ ୧୫ ତାରିଖରୁ ୨୦ ତାରିଖ ଯାଏଁ ବିଦେଶ ଗସ୍ତରେ ଯିବେ ମୋଦି।

ଭୁବନେଶ୍ୱର ,ମେ’ ୧୫ ତାରିଖରୁ ୨୦ ତାରିଖ ଯାଏଁ ୬ ଦିନିଆ ବିଦେଶ ଗସ୍ତରେ ଯିବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଏହାସହ ଦ୍ବିପାକ୍ଷିକ ଆଲୋଚନା ଓ ଶିଖର ସମ୍ମିଳନୀରେ ସାମିଲ ହେବେ, ପିଏମ୍।
ମେ’ ୧୫ରେ ୟୁଏଇ ଗସ୍ତ କରି ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କୁ ଭେଟିବେ।
ପରେ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ରବ୍ ଜେଟେନଙ୍କ ନିମନ୍ତ୍ରଣରେ, ପ୍ରଧାନମନ୍ତ୍ରୀ ମୋଦୀ ନେଦରଲ୍ୟାଣ୍ଡ ଗସ୍ତରେ, ଯିବେ।
ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପିଏମ୍ ମୋଦି ନରୱେ ଯିବା ସହ, ତୃତୀୟ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।
ଏହି ସମୟରେ ଏକାଧିକ ବାଣିଜ୍ୟିକ ଚୁକ୍ତି ସହ ମୁଝାମଣା ପତ୍ର ସ୍ବାକ୍ଷରିତ ହେବ।




