Uncategorized

ପୋଲିସର ଏନକାଉଣ୍ଟର: ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭୁବନେଶ୍ବର: ଝାରସୁଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା। ପୋଲିସ ଏନକାଉଣ୍ଟରରେ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ସୁନୀଲ ମହାନନ୍ଦ ଓରଫ୍ ଟବୁ ଏବଂ ଚାନ୍ଦ ବଞ୍ଚୋର। ସୂଚନା ଅନୁସାରେ, ବେଲପାହାଡ଼ ଫାଟକ ନିକଟରେ ଘଟିଥିବା ହତ୍ୟାକାଣ୍ଡରେ ଏହି ଦୁଇ ଅଭିଯୁକ୍ତ ସମ୍ପୃକ୍ତ ଥିଲେ। ଉଭୟ ଅପରାଧୀଙ୍କ ନାମରେ ସମ୍ବଲପୁର ଏବଂ ବୁର୍ଲା ଅଞ୍ଚଳର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ଏନକାଉଣ୍ଟରରେ ଆହତ ହେବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Related Articles

Back to top button