ଅନ୍ୟାନ୍ୟଶିକ୍ଷା

ଆଜିଚେକ୍ କରନ୍ତୁ CBSE ଦ୍ୱାଦଶ ପରୀକ୍ଷା ଫଳ

ଭୁବନେଶ୍ୱର ,CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ,ଆଜି ଅର୍ଥାତ୍, ମେ ୧୨ ତାରିଖରେ ପ୍ରକାଶ ପାଇବାର ସମ୍ଭାବନା ରହିଛି।ଛାତ୍ରଛାତ୍ରୀମାନେ ନିଜର ସ୍କୋରକାର୍ଡ PDF ଡାଉନଲୋଡ୍ କରିବା ପାଇଁ ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ନିଜର ରେଜିଷ୍ଟ୍ରେସନ ନମ୍ବର, ରୋଲ୍ ନମ୍ବର କିମ୍ବା ଜନ୍ମ ତାରିଖ ବ୍ୟବହାର କରି, ଲଗ୍-ଇନ୍ କରିବାକୁ ପଡ଼ିବ। ଏହାପରେ ସ୍କ୍ରିନ୍‌ରେ ମାର୍କସିଟ୍ ଦେଖାଯିବ, ଯାହାକୁ ଆପଣ ସେଭ୍ କରିବା ସହ ଏକ ପ୍ରିଣ୍ଟ ଆଉଟ୍ ମଧ୍ୟ ବାହାର କରିପାରିବେ।ପରୀକ୍ଷାର୍ଥୀମାନେ ଡିଜିଲକର ମାଧ୍ୟମରେ ମଧ୍ୟ ସେମାନଙ୍କର ସ୍କୋରକାର୍ଡ ଡାଉନଲୋଡ୍, କରିପାରିବେ। ଏଥିପାଇଁ ପ୍ରଥମେ ସ୍କୁଲ ପକ୍ଷରୁ ଦିଆଯାଇଥିବା ୬ ଅଙ୍କ ବିଶିଷ୍ଟ ଆକ୍ସେସ୍, କୋଡ୍  ସ୍କୁଲ କୋଡ୍ ଏବଂ ରୋଲ୍ ନମ୍ବର ଦେଇ ପଞ୍ଜୀକରଣ କରିବାକୁ ହେବ। ଏହାପରେ OTP ଜରିଆରେ, ନିଜ ମୋବାଇଲ୍ ନମ୍ବର ନିଶ୍ଚିତ କରିବାକୁ ପଡ଼ିବ। ଶେଷରେ ନିଜ ମୋବାଇଲ୍ ନମ୍ବର, ଇମେଲ୍ ଆଇଡି ଏବଂ ପାସୱାର୍ଡ ଦେଇ ଡିଜିଲକରରେ ଲଗ୍-ଇନ୍ କରି ଛାତ୍ରଛାତ୍ରୀମାନେ ସେମାନଙ୍କର, ଦ୍ୱାଦଶ ଶ୍ରେଣୀ ମାର୍କସିଟ୍‌କୁ ସଂଗ୍ରହ କରିପାରିବେ।ପରୀକ୍ଷା ଫଳ ଘୋଷଣା ହେବା ପରେ ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍, cbse.gov.in, results.cbse.nic.in ସମେତ ଡିଜିଲକର, ଏବଂ ଉମଙ୍ଗ  ଆପ୍ ଜରିଆରେ ଏହାକୁ ଦେଖିପାରିବେ।

Related Articles

Back to top button