Uncategorized

ଇରାନ ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ଚୀନ୍ ଗସ୍ତ: ବେଜିଂରେ ସି ଜିନପିଙ୍ଗଙ୍କ ସହ ବୈଠକ

ନୂଆଦିଲ୍ଲୀ: ବିଶ୍ୱ ରାଜନୀତିରେ ଏକ ବଡ଼ ଧରଣର କୂଟନୈତିକ ହଲଚଲ ଦେଖିବାକୁ ମିଳିଛି। ଇରାନ ସହିତ ଜାରି ରହିଥିବା ଯୁଦ୍ଧ ଏବଂ ଆନ୍ତର୍ଜାତୀୟ ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ମାସରେ ଚୀନ୍ ଗସ୍ତ କରିବାକୁ ଯାଉଛନ୍ତି। ଏହି ତିନି ଦିନିଆ ଗସ୍ତ ସମୟରେ ସେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଟ୍ରମ୍ପ ମଇ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଚୀନ୍ ଗସ୍ତରେ ରହିବେ। ବିଶ୍ୱର ଦୁଇ ପ୍ରମୁଖ ଅର୍ଥନୈତିକ ଶକ୍ତିର ନେତାମାନେ ପ୍ରାୟ ୬ ମସର ବ୍ୟବଧାନ ପରେ ମୁହାଁମୁହିଁ ବୈଠକ କରିବେ। ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଜାରି ରହିଥିବା ସଂଘର୍ଷକୁ ନିୟନ୍ତ୍ରଣ କରିବା ଓ ସ୍ଥିରତା ଫେରାଇ ଆଣିବା। ଆମେରିକା-ଚୀନ୍ ମଧ୍ୟରେ ଥିବା ବାଣିଜ୍ୟିକ ମତଭେଦର ସମାଧାନ। ତାଇୱାନ ପ୍ରସଙ୍ଗ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ସୀମା ଏବଂ ପରମାଣୁ ଅସ୍ତ୍ର ନିୟନ୍ତ୍ରଣ। ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦକୁ ନେଇ ଏକ ବଡ଼ ଧରଣର ଚୁକ୍ତି ଉପରେ ମଧ୍ୟ ଆଲୋଚନା ହୋଇପାରେ।

Related Articles

Back to top button