ଅନ୍ତର୍ଜାତୀୟଦୁର୍ଘଟଣା

ଭୟଙ୍କର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

 ଭୁବନେଶ୍ୱର,ତୁର୍କୀ ଏୟାରଲାଇନ୍ସର ବିମାନ TK-726, ଇସ୍ତାନବୁଲରୁ ନେପାଳ ରାଜଧାନୀ, କାଠମୁଣ୍ଡ ଆସୁଥିଲା । ବିମାନଟି ତ୍ରିଭୁବନ ଇଣ୍ଟରନ୍ୟାସନାଲ ଏୟାର ପୋର୍ଟରେ ଅବତରଣ କରୁଥିଲା । ଠିକ୍ ସେହି ସମୟରେ ବିମାନର ଆଗ ଟାୟାରରେ ନିଆଁ ଲାଗି ଯାଇଥିଲା । ଯାହାଫଳରେ ବିମାନ ଭିତରେ ଥିବା ଯାତ୍ରୀଙ୍କ ମଧ୍ୟରେ ,ଭୟର ବାତାବରଣ ଖେଳି ଯାଇଥିଲେ । ବିମାନ ଟାୟରରେ ନିଆଁ ଲାଗିଥିବା ଖବର ପାଇବା ପରେ ଏୟାରପୋର୍ଟ କର୍ତ୍ତୃପକ୍ଷ ତତ୍ପର ହୋଇଥିଲେ । ପ୍ରଥମେ ବିମାନରେ ଥିବା ୨୭୬ ଯାତ୍ରୀଙ୍କୁ ଆପାତକାଳୀନ ଡୋର ଦେଇ, ବାହାର କରାଯାଇଥିଲା । ତାପରେ ନିଆଁକୁ ଆୟତ୍ତ କରାଯାଇଥିଲା ।ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।ଏୟାରପୋର୍ଟ ସୁରକ୍ଷା ଅଧିକାରୀ ରାଜକୁମାର, ସିଲାୱାଲ କହିଛନ୍ତି, ତୁର୍କୀ ଏୟାରଲାଇନ୍ସଟି ଞକ-୭୨୬ ଇସ୍ତାନବୁଲରୁ କାଠମାଣ୍ଡୁ ଆସୁଥିଲା । ଲେଣ୍ଡିଂ ସମୟରେ ଆଗ ଟାୟାରରେ ନିଆଁ ଲାଗି ଯାଇଥିଲା । ଏହାଛଡ଼ା ୧୧ କର୍ମଚାରୀ ଥିଲେ । ଯାତ୍ର୍ରୀଙ୍କ ଭିତରେ ଆମେରିକାର କିଛି ଅଧିକାରୀ ଥିବା, ଜଣାପଡ଼ିଛି । ତେବେ ବିମାନର ଟାୟରରେ କେମିତି ନିଆଁ ଲାଗିଲା, ତାହା ଜଣାପଡ଼ି ନାହିଁ ।ସେପଟେ ସୋସିଆଲ ମିଡିଆରେ, ଭାଇରାଲ୍ ହେଉଛି ଏକ ଭିଡିଓ । ଯେଉଁଥିରେ ବିମାନର ଡାହାଣ ପାର୍ଶ୍ୱ ଲ୍ୟାଣ୍ଡିଂ ଗିୟରରେ, ନିଆଁ ଲାଗିଥିବା ଦେଖିବାକୁ ମିଳୁଛି । ସେଥିରୁ ପ୍ରବଳ ଧୂଆଁ ବାହାରୁଛି। ବିମାନରେ ଥିବା ଯାତ୍ରୀମାନଙ୍କୁ ଜରୁରୀକାଳୀନ ଦ୍ୱାର ଦେଇ ବାହାରକୁ ଅଣାଯାଇଥିଲା। ଏହି ଘଟଣାକୁ ନେଇ ବିମାନବନ୍ଦର କିମ୍ବା ଏୟାରଲାଇନ୍ସ କମ୍ପାନୀ ପକ୍ଷରୁ କୌଣସି ଆଧିକାରିକ ବୟାନ ମିଳିପାରି ନାହିଁ।

Related Articles

Back to top button