
ଭୁବନେଶ୍ୱର ,ଦହି ସ୍ୱାସ୍ଥ୍ୟ ପାଇଁ ବେଶ ଲାଭକାରୀ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ନିୟମିତ ଖରାବେଳର ଖାଦ୍ୟରେ, ଦହି ସେବନ କରିବା ଦ୍ୱାରା ଶରୀର ପାଇଁ ଅନେକ ଲାଭ ହୋଇଥାଏ।ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ, ସହାୟକ ହୋଇଥାଏ। ଦହିରେ ପ୍ରୋଟିନ୍, କ୍ୟାଲସିୟମ ଓ ଭିଟାମିନ୍ ବି ରହିଛି। ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଖରାବେଳ ସମୟରେ ଦହି ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ, ବ୍ୟାୟାମ ଓ ଦୈନିକ କାର୍ଯ୍ୟକଳାପ କରିବା ପାଇଁ, ସହାୟକ ହୋଇଥାଏ।ଏହା ଖାଦ୍ୟ ନଳୀକୁ ମଧ୍ୟ ସୁସ୍ଥ ରଖିଥାଏ। ଯେଉଁ ମାନଙ୍କର କୋଷ୍ଠକାଠିନ୍ୟ, ଗ୍ୟାଷ୍ଟ୍ରିକ୍, ଏସିଡିଟି ସହ ପେଟ ଜନିତ ଅନେକ ରୋଗ ରହିଛି, ସେମାନେ ଏହାକୁ ଦୂର ପାଇଁ ଦହିର ସେବନ କରି ପାରିବେ।ଦହିରେ ଅନେକ ଉତ୍ତମ ବ୍ୟାକ୍ଟେରିଆ ସହ ଅନେକ ପୋଷକ ତତ୍ତ୍ୱ ରହିଛି।ଦୈନନ୍ଦିନ ଖାଦ୍ୟରେ ଅଧିକାଂଶ ଦହି,କ୍ଷୀର ଏହାକୁ ସାମିଲ କରିଥାଆନ୍ତି।ଦହି ଖାଇବା ଦ୍ୱାରା ନିୟମିତ ଭାବେ ଓଜନ ନିୟନ୍ତ୍ରିତ ହୋଇ ରହିଥାଏ। ଅଧିକ ସମୟ ଯାଏଁ ପେଟ ଭର୍ତ୍ତି ହେବା ଭଳି ଅନୁଭବ ହୋଇଥାଏ। ଫଳରେ ଲୋକେ ବାରମ୍ବାର ଖାଦ୍ୟ ଖାଇବାକୁ ଇଚ୍ଛା କରନ୍ତି ନାହିଁ। ଏହା ବ୍ୟତୀତ ଦହିରେ, ପ୍ରୋଟିନ୍ ରହିଛି, ଫଳରେ ଏହାକୁ ଖାଇବା ଦ୍ୱାରା ଭୋକ କମ୍ ହୋଇଥାଏ।ଦହିରେ ଥିବା ପୋଷକ ତତ୍ତ୍ୱ ତ୍ୱଚା ପାଇଁ ବେଶ ଲାଭଦାୟକ।




