
ଭୁବନେଶ୍ୱର ,ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳରେ, ବସ୍ -ଟ୍ରକ୍ ମୁହାଁ ମୁହିଁ ଧକ୍କା ହୋଇ ,ଦୁର୍ଘଟଣା ଘଟିଛି।
ଦୁର୍ଘଟଣାରେ,ଜଣେ ମୃତ, ୧୫ ଆହତ। ଯାତ୍ରୀବାହି ବସଟି ପୋଲସରାରୁ ୩୦ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିଲା।
୧୫ଜଣ ବସ ଯାତ୍ରୀ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି।୨ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।
ଅନ୍ୟ ଆହତ କୋଦଳା ମେଡିକାଲରେ ଭର୍ତ୍ତି କରାଯାଇଛି।
ଦମକଳ ବାହାନି ପହଁଚି ଟ୍ରକ ରେ ଚାପି ହୋଇ ରହିଥିବା ଡ୍ରାଇଭର କୁ ଉଦ୍ଧାର କରିଛି।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।ଉଭୟ ଗାଡି଼ର ସାମ୍ନାପଟ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି।




