
ଭୁବନେଶ୍ୱର ,ଶୁଭେନ୍ଦୁଙ୍କୁ ପଶ୍ଚିମବଙ୍ଗ ବିଜେପି ବିଧାୟକ ଦଳ ନେତା ଭାବରେ, ନିର୍ବାଚିତ କରାଯାଇଛି। ସେ ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବରେ, ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ କଲକତାରେ ବିଜେପି ବିଧାୟକ ଦଳ ବୈଠକରେ, ଏହି ନିଷ୍ପତ୍ତି ନିଆଯାଇଛି। ମହିଳାଙ୍କ ଉପରେ ଅତ୍ୟାଚାର ସମ୍ପର୍କିତ ମାମଲାଗୁଡ଼ିକୁ ପୁଣି ଥରେ ଖୋଲାଯିବ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ବଙ୍ଗରେ ଦଳର ଏକମାତ୍ର ମୂଳମନ୍ତ୍ର ହେଉଛି, ସବକା ସାଥ ସବକା ବିକାଶ ଏବଂ ସବକା ବିଶ୍ୱାସ।ବିଧାୟକ ଦଳ ନେତା ରୂପେ, ଚୟନ ପରେ ଶୁଭେନ୍ଦୁ ଅଧିକାରୀ ତାଙ୍କର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ଗ୍ୟାରେଣ୍ଟି ଘୋଷଣା କରିଛନ୍ତି, ବିଜେପି ସରକାର ସମସ୍ତ ଦାୟିତ୍ୱ ପୂରଣ କରିବ ବୋଲି ଶୁଭେନ୍ଦୁ କହିଛନ୍ତି। ଆମେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବୁ, ଜାତୀୟତାବାଦ ଜାଗ୍ରତ କରିବୁ ଏବଂ ପଶ୍ଚିମବଙ୍ଗକୁ ପୁଣି ଥରେ ଦେଶର ସାଂସ୍କୃତିକ ରାଜଧାନୀ କରିବୁ ବୋଲି ଶୁଭେନ୍ଦୁ କହିଛନ୍ତି।ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଉଭୟ ମିଶି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ କାମ କରିବେ ବୋଲି ସେ କହିଛନ୍ତି।




