
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ମେ’ ମାସରେ ଡରାଉଛି ବାତ୍ୟା ଭୟ । ମୌସୁମୀ ଆସିବା ପୂର୍ବରୁ ଏବଂ ମୌସୁମୀ ଫେରିବା ପରେ ଓଡ଼ିଶାକୁ ସାଧାରଣତଃ ବାତ୍ୟା ଡର ରହିଥାଏ । ମେ ୯ ତାରିଖ ଆଡକୁ ତାମିଲନାଡୁ-ଶ୍ରୀଲଙ୍କା ମଝିରେ ଘୁର୍ଣ୍ଣି ବଳୟ ସୃଷ୍ଟି ସମ୍ଭାବନା ଥିବାରୁ ଲୋକଙ୍କ ମନରେ ଛନକା ପଶିଛି । ଏବେ ଏକ ଟ୍ରପ୍ ଲାଇନ ସ୍ଥଳ ଭାଗରେ ରହିଥିଲେ ବି ବଙ୍ଗୋପ ସାଗର ଆଡକୁ ଆସିବା ସମ୍ଭାବନା ଦେଖାଯାଉଛି । କିନ୍ତୁ ମଡେଲରେ ଏବେ ସ୍ଥିରତା ନଥିଲେ ବି ୧୨ ତାରିଖକୁ ସ୍ପଷ୍ଟ ହୋଇପାରେ । କିନ୍ତୁ ବାତ୍ୟା ସୃଷ୍ଟି ହେବାର ସମ୍ଭାବନାକୁ ସମ୍ପୂର୍ଣ୍ଣ ଏଡ଼ାଇ ଦେଇହେବ ନାହିଁ ବୋଲି କହିଛନ୍ତି ବରିଷ୍ଠ ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁ ।




