ଜୀବନଶୈଳୀସ୍ୱାସ୍ଥ୍ୟ

ଏସିର ସୁରକ୍ଷାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଭୁବନେଶ୍ୱର,A C ରେ ତ୍ରୁଟି ଯୋଗୁଁ ଯଦି ଶର୍ଟ ସର୍କିଟ ହୁଏ, ତେବେ ଏହା ଏକ ବଡ଼ ଦୁର୍ଘଟଣାର ରୂପ ନେଇପାରେ। ତେଣୁ ଏସିର ନିୟମିତ ସର୍ଭିସିଂ ଜରୁରୀ। ଯଦି ଏସିରୁ ଧୂଆଁ ବାହାରୁଛି, ତେବେ ଏହା ବିପଦର ସଙ୍କେତ। ଧୂଆଁ ଦେଖିବା ମାତ୍ରେ ଏସିକୁ ସୁଇଚ ଅଫ କରିଦିଅନ୍ତୁ ଏବଂ ତୁରନ୍ତ ଟେକନିସିଆନ୍‌ଙ୍କୁ ଡକାନ୍ତୁ। ସମ୍ପୂର୍ଣ୍ଣ ମରାମତି ନହେବା ପର୍ଯ୍ୟନ୍ତ, A Cକୁ ପୁଣିଥରେ, ଅନ କରନ୍ତୁ ନାହିଁ।ଆପଣଙ୍କୁ ଏସି ଅନ କରିବା ପରେ କିମ୍ବା ଏହାର ୟୁନିଟ ପାଖାପାଖି କିଛି ପୋଡ଼ିବା ପରି ଗନ୍ଧ ଆସେ, ତେବେ ସାବଧାନ ହୋଇଯିବା ଉଚିତ। ଓଭରହିଟିଂ କିମ୍ବା ଅନ୍ୟ କୌଣସି ଇଲେକ୍ଟ୍ରିକ ସମସ୍ୟା ଯୋଗୁଁ,ଏହି ଗନ୍ଧ ଆସିଥାଏ।ଏସି ଅନ କରିବା ସମୟରେ ଯଦି କିଛି ଭାଙ୍ଗିବା କିମ୍ବା ପିଟି ହେବା ପରି ଶବ୍ଦ ଆସେ, ତେବେ ଏହା ମଧ୍ୟ ସତର୍କ ହେବାର ସଙ୍କେତ। ଏହା ବ୍ୟତୀତ ଯଦି ଏସି ସାଧାରଣ ଅପେକ୍ଷା ଅଧିକ ଶବ୍ଦ କରୁଛି, ତେବେ ଏହା ଦର୍ଶାଏ ଯେ ତାର କୌଣସି ଅଂଶ ଢିଲା ଅଛି। ଏପରି ପରିସ୍ଥିତିରେ ଏସି ମରାମତି ନହେବା ଯାଏଁ ବ୍ୟବହାର କରନ୍ତୁ ନାହିଁ। ଯଦି ଅଧିକ ସମୟ ଚାଲିବା ପରେ ମଧ୍ୟ ଏସି ଥଣ୍ଡା ପବନ ଦେଉନାହିଁ, ତେବେ ଏଥିରେ ଗ୍ୟାସ ଲିକ ହୋଇଥାଇପାରେ। ଏହା ବ୍ୟତୀତ ଫିଲ୍ଟର ସଫା ନଥିବା କାରଣରୁ, ମଧ୍ୟ ଏୟାରଫ୍ଲୋ ଉପରେ ପ୍ରଭାବ ପଡ଼ିଥାଏ। ସେହିପରି ଯଦି ଏସିରୁ ଗରମ ପବନ ଆସୁଛି, ତେବେ ଏହା ଓଭରହିଟିଂର, ସଙ୍କେତ ଏବଂ ଏହାକୁ ତୁରନ୍ତ ଠିକ୍ କରାଇବା ଉଚିତ।

Related Articles

Back to top button