ଅନ୍ୟାନ୍ୟଦୁର୍ଘଟଣା

ଲୁଟିନେଲେ ୨୫ ଲକ୍ଷର ସୁନା-ରୂପା

 ଭୁବନେଶ୍ୱର,ଗୁଳି ଫୁଟାଇ ସୁନା ବ୍ୟବସାୟୀଙ୍କ ଠାରୁ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗହଣା ଲୁଟିନେଲେ, ଦୁର୍ବୃତ୍ତ।

ବାଲେଶ୍ୱର ଜିଲ୍ଲା ଖଇରାରେ ହୋଇଛି ଏଭଳି କିଛି ସଶସ୍ତ୍ର ଲୁଟ୍‌।

ଖଇରା ବଜାରରେ ଥିବା ‘ରୁଦ୍ରକାନ୍ତ ଜୁଏଲାରୀ’ ମାଲିକ ରାମଚନ୍ଦ୍ର ସାହୁ ଏବଂ ତାଙ୍କ ପୁଅ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ।

ଏହି ସମୟରେ ଆଳଦା ଛକ ନିକଟରେ, ୨ଟି ବାଇକ୍‌ରେ ଆସିଥିବା ୪ ଜଣ ଦୁର୍ବୃତ୍ତ ସେମାନଙ୍କୁ, ଅଟକାଥିଲେ।

କିଛି ବୁଝିବା ଆଗରୁ ଛୁରୀ ଦେଖାଇ ଭୟଭୀତ କରିବା ସହ ୨ ରାଉଣ୍ଡ ଫଲ୍ସ ଫାୟାରିଂ କରିଥିଲେ।

ବାପ-ପୁଅଙ୍କ ପାଖରେ ଥିବା ବ୍ୟାଗ୍‌ରୁ ୧୦ କେଜି ରୁପା ଏବଂ ୩୦ ଗ୍ରାମ ସୁନା ,ଲୁଟିନେଇଥିଲେ।

Related Articles

Back to top button