ନିର୍ବାଚନରାଜନୀତି

ତାମିଲନାଡୁ ରାଜନୀତିରେ ନୂଆ ମୋଡ଼।

 ଭୁବନେଶ୍ୱର,ସିନେ ସୁପରଷ୍ଟାର ବିଜୟ ଏବେ ରାଜନୀତି ଦୁନିଆରେ, ବି ସୁପରହିଟ୍ ହିରୋ ସାଜିଛନ୍ତି। ତାମିଲନାଡୁ ରାଜନୀତିରେ ନୂଆ ମୋଡ଼।

ସବୁ ଆକଳନକୁ ଭୁଲ୍ ପ୍ରମାଣିତ କରି ତାମିଲନାଡୁରେ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଛି ବିଜୟଙ୍କ ଦଳ TVK।

ବିଜୟ ପ୍ରଥମ ଥର ପାଇଁ ତ୍ରିଚି ପୂର୍ବ ଏବଂ ପେରାମ୍ବୁର ଭଳି ଦୁଇଟି ନିର୍ବାଚନମଣ୍ଡଳୀରୁ, ନିର୍ବାଚନ ଲଢ଼ିଥିଲେ।

ଦଳ ପୁଡୁଚେରୀରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲା, ଯେଉଁଠାରେ ଏହା ବର୍ତ୍ତମାନ ବିଜେପି ମେଣ୍ଟଠାରୁ ପଛରେ ଅଛି।

ଚେନ୍ନାଇର ପାନାୟୁର ସ୍ଥିତ ନୀଳଙ୍କରାଇ ବାସଭବନରେ ଅତ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ବହୁ ସଂଖ୍ୟକ ପୋଲିସ୍ ଅଧିକାରୀ ସୁରକ୍ଷା ଦାୟିତ୍ବରେ, ନିୟୋଜିତ ଅଛନ୍ତି। ଏହି ଅଞ୍ଚଳରେ ଅବାଧ ପ୍ରବେଶକୁ ନିୟନ୍ତ୍ରଣ କରୁଛନ୍ତି।

ବର୍ତ୍ତମାନ ଗଣତି ଚାଲିଥିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିପାରେ। ତେଣୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ୍ ମୁତୟନ କରାଯାଇଛି।

Related Articles

Back to top button