ଭୁବନେଶ୍ୱର,ଟିଟିଲାଗଡ଼ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ, ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି ।
ବ୍ଲକର ଦେଶିଲ ଏବଂ ବାନ୍ଧୁପଳା ଗାଁରେ ଦୀର୍ଘ ୬ ଦିନ ହେଲା ପାନୀୟ ଜଳ ଯୋଗାଣ ଠପ ହୋଇପଡିଛି ।
ଏହାକୁ ନେଇ ଅଭିଯୋଗ ସତ୍ବେ ପ୍ରଶାସନ ତଥା ବିଭାଗୀୟ ଅଧିକାରୀ, ନିଦାବିଷ୍ଣୁ ସାଜିଛନ୍ତି।
ବ୍ଲକର ଦେଶିଲ ଏବଂ ବାନ୍ଧୁପଳା ଗାଁରେ ଦୀର୍ଘ ୬ ଦିନ ହେଲା ପାନୀୟ ଜଳ ଯୋଗାଣ ଠପ ହୋଇପଡିଛି ।
ଏହାକୁ ନେଇ ଆଜି ମୁଣ୍ଡଫଟା ଖରାରେ ଅଞ୍ଚଳର ଶତାଧିକ ମହିଳା ଜାତୀୟ ରାଜପଥ ୫୯ ଏବଂ ଟିଟିଲାଗଡ଼ କେସିଙ୍ଗା, ରାଜପଥ ଉପରେ ଗରା ବାଲଟିନ ଥୋଇ ରାସ୍ତାରୋକ କରିଛନ୍ତି।
ଘଟଣା ସ୍ଥଳରେ ଟିଟିଲାଗଡ଼ ପୁଲିସ୍ ପହଞ୍ଚି ଆଲୋଚନା ଜାରି ରଖିଛି।