
ଭୁବନେଶ୍ୱର, ମେ ଦ୍ୱିତୀୟ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି।
ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛି ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ବା ଜିଏଫଏସ।
ମେ ୧୧ରୁ ୧୫ ତାରିଖ ବେଳକୁ, ଦକ୍ଷିଣ-ପୂର୍ବ-ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ।
ପରେ ତାହା ଘନୀଭୂତ ହୋଇ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି।
ପରବର୍ତ୍ତୀ ସମୟରେ ତାହା ଅଧିକା ଘନୀଭୂତ ହୋଇ, ସାଇକ୍ଲୋ ଜେନିସିସର ରୂପ ନେବାର ସମ୍ଭାବନା ରହିଥିବା, ଆକଳନ କରିଛି ଜିଏଫଏସ।




