ଅନ୍ୟାନ୍ୟରାଜନୀତି

ଜମିଜମା ରେକର୍ଡିଂ ନେଇ ଆସିବ ସଂଶୋଧିତ ଏସଓପି

 ଭୁବନେଶ୍ୱର,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁସରକାରୀ ଓ ବେସରକାରୀ ଜମିର ରେକର୍ଡ଼ିଂ ସମ୍ବନ୍ଧୀୟ ପ୍ରଚଳିତ ଏସ୍‌ଓପିର ପୁନଃ ବିଚାର ଓ ସଂଶୋଧନ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ବତନ୍ତ୍ର ସଚିବ ଅବସ୍ଥାପିତ ହୋଇଥିବାବେଳେ, ସଦସ୍ୟମାନଙ୍କ ଭିତରେ ଚକବନ୍ଦୀ ଏବଂ ବନ୍ଦୋବସ୍ତର ଅତିରିକ୍ତ ସଚିବ ଜମି ରେକର୍ଡ ଏବଂ ସର୍ଭେ, ଓଡ଼ିଶାର ନିର୍ଦେଶକ ରାଜସ୍ବ ପର୍ଷଦ, ଓଡ଼ିଶାର ସଚିବ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର, ଯୁଗ୍ମ ଶାସନ ସଚିବ ସଦସ୍ୟ-ସଂଯୋଜକ ଭାବେ ରହିବେ। କମିଟିର କାର୍ଯ୍ୟ ପରିସର ଏବଂ ସର୍ତ୍ତାବଳୀ ଅନୁଯାୟୀ, ୧୯୯୦ରେ ଜାରି ହୋଇଥିବା ଏସ୍ଓପିଗୁଡ଼ିକର ସମୀକ୍ଷା, ଏପର୍ଯ୍ୟନ୍ତ ପ୍ରଣୀତ ନୂତନ ଆଇନ, ନିୟମ, ସରକାରୀ ସର୍କୁଲାର ଓ ପରବର୍ତ୍ତୀ ନିର୍ଦେଶଗୁଡ଼ିକର ଆଲୋଚନା ସହ ସରଳ ଓଡ଼ିଆ ଓ ଇଂରାଜୀରେ ନୂତନ ଏସଓପି ଖସଡ଼ା ପ୍ରସ୍ତୁତି କରିବା ନିମନ୍ତେ କମିଟିକୁ ନିର୍ଦେଶ ଜାରି କରାଯାଇଛି। ସରକାରୀ ଓ ବେସରକାରୀ ଜମିର ରେକର୍ଡ଼ିଂ ସମ୍ବନ୍ଧୀୟ ପ୍ରଚଳିତ ଏସ୍‌ଓପିର ପୁନଃ ବିଚାର ଓ ସଂଶୋଧନ ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ, ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ସରକାରୀ ଜମି ଏବଂ ରୟତ ଜମି ରେକର୍ଡ କରିବା ପ୍ରଣାଳୀ ନିମନ୍ତେ ସଂଶୋଧିତ ଏସଓପି ଖସଡ଼ା ପ୍ରସ୍ତୁତ କରିବାକୁ ନିର୍ଦେଶ ଜାରି କରିଛନ୍ତି। ଉକ୍ତ ଏସଓପି ପୁସ୍ତିକାଗୁଡ଼ିକର ଶେଷ ସଂସ୍କରଣ ୧୯୯୦ରେ ପ୍ରକାଶିତ ହୋଇଥିଲା। ନୀତି, ନିୟମ ଓ ପ୍ରଶାସନିକ ପରିଚାଳନାରେ, ସମୟାନୁକ୍ରମେ ପରିବର୍ତ୍ତନ ଦୃଷ୍ଟିରୁ ଏହାର ସାମଗ୍ରିକ ସଂଶୋଧନର ଆବଶ୍ୟକତା ଦେଖା ଦେଇଥିଲା।

Related Articles

Back to top button