ଓଡ଼ିଶା

ମହାନଦୀ ଜଳ ବିବାଦ: ୩୦ରେ ଟ୍ରିବ୍ୟୁନାଲରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ବର: ବହୁ ଚର୍ଚ୍ଚିତ ମହାନଦୀ ଜଳ ବିବାଦ ମାମଲାରେ ଆସନ୍ତା ୩୦ ତାରିଖରେ ପରବର୍ତ୍ତୀ ଶୁଣାଣି ଅନୁଷ୍ଠିତ ହେବ। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଶନିବାର ହୋଇଥିବା ଶୁଣାଣି ସମୟରେ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ପକ୍ଷରୁ ସେମାନଙ୍କର ଆଭିମୁଖ୍ୟ ସ୍ପଷ୍ଟ କରାଯାଇଛି। ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶକୁ ଆଧାର କରି ଉଭୟ ରାଜ୍ୟ ଆପୋଶ ବୁଝାମଣା ନେଇ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି। ମୁଖ୍ୟତଃ ଜଳ ବଣ୍ଟନକୁ ନେଇ ରହିଥିବା ବିଭିନ୍ନ ବୈଷୟିକ ସମସ୍ୟାର ସମାଧାନ ପାଇଁ ଉଭୟ ରାଜ୍ୟର ବିଶେଷଜ୍ଞ ଓ ପ୍ରଶାସନିକ ସ୍ତରରେ ଆଲୋଚନା ଜାରି ରହିଛି। ଆଗାମୀ ଶୁଣାଣି ପୂର୍ବରୁ ଏହି ବୈଷୟିକ ଆଲୋଚନାରୁ କିଛି ସକାରାତ୍ମକ ନିଷ୍କର୍ସ ବାହାରିବ ବୋଲି ଆଶା କରାଯାଉଛି।

Related Articles

Back to top button