ଓଡ଼ିଶାଦୁର୍ଘଟଣା

ପଛପଟୁ ଧକ୍କା ଦେଲା ବାଲି ବୋଝେଇ ହାଇୱା

ଭୁବନେଶ୍ୱର ,ସୋର ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂହଙ୍କ ଗାଡ଼ିକୁ ପଛପଟୁ ଧକ୍କା ଦେଇଛି ଏକ ବାଲି ବୋଝେଇ ହାଇୱା।

ତହସିଲଦାର ନିଜ ଗାଡ଼ିରେ ପିଛା କରିବାରୁ ହାଇୱାଟି ଜୋରଦାର ଧକ୍କା ଦେଇଥିଲା। ଫଳରେ ତହସିଲଦାରଙ୍କ ଗାଡ଼ିଟି, ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି।

ହେଲେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅତିରିକ୍ତ ତହସିଲଦାର ଓ ତାଙ୍କ ସହକାରୀ।

ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଖନ୍ତାପଡ଼ା ପୋଲିସ ଜିମା ଦିଆଯାଇଥିବା ବେଳେ, ବାଲି ମାଫିଆଙ୍କ ଏଭଳି ଦୁଃସାହସିକ କାର୍ଯ୍ୟ,ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ବାଲି ଗାଡ଼ିଟିକୁ ଅଟକାଇବାକୁ ଉଦ୍ୟମ କରିବା ବେଳେ, ଏହା ଦ୍ରୁତ ଗତିରେ ଖସି ପଳାଇଥିଲା।

Related Articles

Back to top button