ହର୍ମୁଜ୍ ପ୍ରଣାଳୀ ଉପରେ ଆଲୋଚନା

ଭୁବନେଶ୍ୱର ,ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଏବେ ପାକିସ୍ତାନରେ ଆଲୋଚନା କରିବା ପରିବର୍ତ୍ତେ ଇରାନ ସହିତ ଫୋନ୍ ମାଧ୍ୟମରେ ଆଲୋଚନା ଉପରେ, ଧ୍ୟାନ ଦେଉଛି। ଇରାନ ସହିତ ଆଲୋଚନାରେ ଯଥେଷ୍ଟ ଉନ୍ନତି ହୋଇଛି।ଇରାନୀ ସାଂସଦ ଇବ୍ରାହିମ ରେଜାଇ, କହିଛନ୍ତି ଯେ, ପାକିସ୍ତାନ, ମଧ୍ୟସ୍ଥତା ଭାବରେ ତାର ବିଶ୍ୱସନୀୟତା, ହରାଇଛି ଏବଂ ଆମେରିକା ଆଗରେ ମୁଣ୍ଡ ନୁଆଁଉଛି। ପାକିସ୍ତାନ ଏକ ଭଲ ବନ୍ଧୁ ଏବଂ ପଡ଼ୋଶୀ ହୋଇଥିଲେ ମଧ୍ୟ ଅବିଶ୍ୱାସ ଯୋଗୁଁ ଆଲୋଚନା ପାଇଁ ଉପଯୁକ୍ତ ମଧ୍ୟସ୍ଥତା ନୁହେଁ।ଇରାନର ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଆଲୋଚନାରେ ଯୁଦ୍ଧବିରତି, ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପରିସ୍ଥିତି ସମ୍ପର୍କରେ, ସଦ୍ୟତମ ବିକାଶ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉଭୟ ରାଷ୍ଟ୍ରର ନେତାମାନେ, ବର୍ତ୍ତମାନର ପରିସ୍ଥିତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ଏବଂ ଭବିଷ୍ୟତରେ, ପାରସ୍ପରିକ ଯୋଗାଯୋଗ ବଜାୟ ରଖିବାକୁ ରାଜି ହୋଇଥିଲେ।ବୁଧବାର ସନ୍ଧ୍ୟାରେ ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ ଆରାଘଚି ଏବଂ ଭାରତୀୟ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ମଧ୍ୟରେ ଟେଲିଫୋନରେ ଆଲୋଚନା ହୋଇଥିଲା। ରିପୋର୍ଟ ଅନୁଯାୟୀ, ଦୁଇ ନେତା ବିଶ୍ୱ ଶକ୍ତି ଯୋଗାଣ ଏବଂ ବାଣିଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ହର୍ମୁଜ୍ ପ୍ରଣାଳୀ ଉପରେ ଆଲୋଚନା କରିଥିଲେ। ଆଲୋଚନା ସମୟରେ, ଆରାଘଚି ଡକ୍ଟର ଜୟଶଙ୍କରଙ୍କୁ ଏହି ପ୍ରସଙ୍ଗର ବିଭିନ୍ନ ଦିଗ ବିଷୟରେ ଅବଗତ କରାଇଥିଲେ।




