ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥ ଖଳା

ଭୁବନେଶ୍ୱର,ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀରେ କୋଣ ଗୁଜ ନିର୍ମାଣ ପାଇଁ, ତିନିଖଣ୍ଡ ଧଉରା କାଠକୁ ଅନୁକୂଳ କରାଯାଇଛି।
ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ,ଆଜି ଚଳଚଞ୍ଚଳ ରଥ ଖଳା ।
ଏଥିସହ ଚକ ନିର୍ମାଣ ପାଇଁ ଭୋଇ ସେବକମାନେ ଜନ୍ତାଗାଡ, ଅନୁକୂଳ କରିବେ।ରୁପକାରମାନେ ଆଜିଠାରୁ ଖୋଦେଇ କାମ ଆରମ୍ଭ କରିବେ।
ତିନିରଥ ୪୨ ଗୋଟି ତୁମ୍ବ ର ୧୬ ଯୋଡ଼ା ବିନ୍ଧ ପରଖ କାର୍ଯ୍ୟ ସହ, ଅଗରବିନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଛି।
ଗତକାଲି ତିନିରଥ ମହାରଣା ସେବକ ମାନେ ତିନି ରଥର ମୋଟ, ୪୨ ଗୋଟି ତୁମ୍ବ ର ୧୬ ଯୋଡ଼ା ବିନ୍ଧ ପରଖ କାର୍ଯ୍ୟ ଶେଷ ପରେ ତୁମ୍ବ ଗୁଡ଼ିକରେ, ଅଗରବିନ୍ଧ କାର୍ଯ୍ୟ ଶେଷ କରିଛନ୍ତି।




