ଓଡ଼ିଶାମନୋରଞ୍ଜନ

ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଓଡ଼ିଆ ଚଳଚ୍ଚିତ୍ର।

ଭୁବନେଶ୍ୱର,୨୦୨୬ ମସିହା ସୁଦ୍ଧା ଜାତୀୟ ସ୍ତରରେ ପହଞ୍ଚିଛି, ଓଡ଼ିଆ ଚଳଚ୍ଚିତ୍ର। ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁ ବରିଷ୍ଠ ନିର୍ଦ୍ଦେଶକ, ପ୍ରଯୋଜକ, ସିନେ କଳାକାର, ଟେକ୍ନିସିଆନ୍ସ ତଥା ସିନେପ୍ରେମୀ ଯୋଗଦେଇଥିଲେ lଓଲିଉଡ଼ ସଙ୍ଗୀତ ଜଗତର ଅନେକ ସୁନାମଧନ୍ୟ ସଂଗୀତଜ୍ଞ ଏବଂ କଣ୍ଠଶିଳ୍ପୀଙ୍କ ଦ୍ୱାରା ଏକ ସୁନ୍ଦର ସଙ୍ଗୀତମୟ, ପରିବେଶ ସୃଷ୍ଟି ହୋଇଥିଲା l କଣ୍ଠଶିଳ୍ପୀ ସୋହିନୀ ମିଶ୍ର, ସତ୍ୟଜିତ ପ୍ରଧାନ, ଶଶାଙ୍କ, ଶାନ୍ତନୁ ନାୟକ, ସ୍ମରଣିକା ଏବଂ ସୁକାନ୍ତ ରଥଙ୍କ କଣ୍ଠର ଯାଦୁରେ ଉପସ୍ଥିତ ଦର୍ଶକ ବିମୋହିତ ହୋଇଥିଲେ l ତେବେ ଆଗାମୀ ଦିନରେ ଆଜିର ତାରିଖକୁ ଚଳଚ୍ଚିତ୍ର ଦିବସ ରୂପେ ସରକାରୀ ସ୍ତରରେ ମାନ୍ୟତା ମିଳିବ ବୋଲି ଆଶା କରାଯାଉଛି । ସନକ ଦେବତା,ସବ୍ୟସାଚୀ ମହାପାତ୍ର, ଗଦାଧର ପୁଟୀ, ନିରଞ୍ଜନ ଦାସ, ଡଃ ରଜନୀ ରଞ୍ଜନ, କୁନା ତ୍ରିପାଠୀ, ସିଦ୍ଧାନ୍ତ ମହାପାତ୍ର, ଦେବୁ ପଟ୍ଟନାୟକଙ୍କ, ସମେତ ମୁଖ୍ୟ ଆୟୋଜକ ସୁକାନ୍ତ ରଥ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ଆରମ୍ଭରେ, ସୂର୍ଯ୍ୟ ଦେଓଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା, ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା l

Related Articles

Back to top button