ଅନ୍ୟାନ୍ୟସ୍ୱାସ୍ଥ୍ୟ

ଜଳିଗଲା ଚଷମା ଦୋକାନ ।

ଭୁବନେଶ୍ୱର,ହୁତୁହୁତୁ ହୋଇ ଜଳୁଛି ଚଷମା ଦୋକାନ, ଆଉ ଆକାଶକୁ ଛୁଉଁଛି କଳା ଧୂଆଁର ପାହାଡ଼।

ଆଜି ସକାଳୁ ଘଟିଥିବା ଏହି ଭୟଙ୍କର, ଅଗ୍ନିକାଣ୍ଡ ଏବେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି।

ଦେଖୁ ଦେଖୁ ନିଆଁ ଏତେ ଭୟଙ୍କର ରୂପ ନେଇଥିଲା ଯେ ପୂରା ଦୋକାନଟି, ନିମିଷକ ମଧ୍ୟରେ, ଜଳିପୋଡ଼ି ଛାରଖାର ହୋଇଯାଇଛି। ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ, ଉଦ୍ୟମ ଜାରି ରଖିଛନ୍ତି।

ପ୍ରବଳ ଧୂଆଁ ଯୋଗୁଁ ସମ୍ପୂର୍ଣ୍ଣ ଅଞ୍ଚଳ ଆବୃତ ହୋଇପଡ଼ିଥିବାରୁ, ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ବାଧା ସୃଷ୍ଟି ହୋଇଛି।

Related Articles

Back to top button