
ଭୁବନେଶ୍ୱର, କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୧୪୨ଟି ଆସନ ପାଇଁ, ଭୋଟିଂ ଜାରି ରହିଛି।ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ, ଆଜି ଭୋଟ ଗ୍ରହଣ ହେଉଛି।
ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବାବେଳେ, ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ।
ଏହି ଭୋଟ ଗଣତି ପୂର୍ବରୁ ଏପ୍ରିଲ ୨୯ ତାରିଖ ସନ୍ଧ୍ୟା ୬ଟା ପରେ, ବୁଥ ବାହୁଡା ମତ ରିପୋର୍ଟ, ପ୍ରକାଶ ପାଇବ।କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ, ୧୪୨ଟି ଆସନ ପାଇଁ ଭୋଟିଂ ଜାରି ରହିଛି।
ଆଜି ସକାଳ ୯ଟା ସୁଦ୍ଧା ୧୮.୩୯ ପ୍ରତିଶତ ମତଦାନ ହୋଇଥିବା,ସୂଚନା ମିଳିଛି। ସମ୍ବେଦନଶୀଳ ବୁଥ୍ଗୁଡ଼ିକରେ, କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ କରାଯାଇଛି।
ମେ ୪ରେ ପଶ୍ଚିମବଙ୍ଗ ସହିତ ତାମିଲନାଡୁ, ଆସାମ, ପୁଡୁଚେରୀ ଓ କେରଳ ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ।




