ଅନ୍ତର୍ଜାତୀୟଦୁର୍ଘଟଣା

ହୋକାଇଡୋରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ

ଭୁବନେଶ୍ୱର,ଭୂକମ୍ପ ଜାପାନ ସମୟ ସକାଳ ୫:୨୪ ରେ ପ୍ରାୟ ୮୩ କିଲୋମିଟର ଗଭୀରତାରେ ସଂଗଠିତ ହୋଇଥିଲା ।

ଜାପାନର ଉତ୍ତର ଦ୍ୱୀପ ହୋକାଇଡୋରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି।

ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରସ୍ଥଳ ହୋକାଇଡୋର ଦକ୍ଷିଣ ଭାଗର ସାରାବେତ୍ସୁ ସହର ନିକଟରେ ଥିଲା ।

ଭୂକମ୍ପ ପରେ କୌଣସି ସୁନାମି ସତର୍କତା ଜାରି କରାଯାଇନାହିଁ ।ପାଣିପାଗ ସଂସ୍ଥା କହିଛି ଯେ, ଆଗାମୀ ସପ୍ତାହରେ ଏହି ଅଞ୍ଚଳରେ ସମାନ ତୀବ୍ରତାର ଭୂମିକମ୍ପ ହେବାର, ଆଶଙ୍କା ରହିଛି।

ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ମୃତାହତର ଖବର ମିଳିନାହିଁ ।

ଏହି ଭୂମିକମ୍ପ ବହୁତ ଶକ୍ତିଶାଳୀ ଥିଲା, ତେଣୁ ଭୟରେ ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ।

Related Articles

Back to top button