ଅନ୍ତର୍ଜାତୀୟଯୁଦ୍ଧ

ବଢିଲା ଇସ୍ରାଏଲ- ଲେବାନନ ଅସ୍ତ୍ରବିରତି ଅବଧି

ୱାଶିଂଟନ: ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଏକ ବଡ଼ ପଦକ୍ଷେପ। ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଜାରି ରହିଥିବା ଅସ୍ତ୍ରବିରତି ଅବଧିକୁ ବୃଦ୍ଧି କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ଯେ, ଏହି ଅସ୍ତ୍ରବିରତି ସୀମାକୁ ଆଉ ୩ ସପ୍ତାହ ପାଇଁ ବଢ଼ାଇ ଦିଆଯାଇଛି। ପୂର୍ବରୁ ଉଭୟ ଦେଶ ମଧ୍ୟରେ ମାତ୍ର ୧୦ ଦିନ ପାଇଁ ଅସ୍ତ୍ରବିରତି ଘୋଷଣା ହୋଇଥିଲା। ବର୍ତ୍ତମାନ ଏହାକୁ ଆଉ ୨୧ ଦିନ (୩ ସପ୍ତାହ) ପାଇଁ ସମ୍ପ୍ରସାରିତ କରାଯାଇଛି। କେବଳ ଇସ୍ରାଏଲ-ଲେବାନନ ନୁହେଁ, ବରଂ ଆମେରିକା ମଧ୍ୟ ଇରାନ ସହ ଅସ୍ତ୍ରବିରତି ସମୟସୀମା ବୃଦ୍ଧି କରିଥିବା ଜଣାପଡ଼ିଛି। ଆମେରିକା ରାଷ୍ଟ୍ରପତିଙ୍କ ଏହି ଘୋଷଣା ପରେ ମଧ୍ୟପ୍ରାଚ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧ ପରିସ୍ଥିତିରେ କିଛିଟା ସୁଧାର ଆସିବ ବୋଲି ଆଶା କରାଯାଉଛି। ଏହି ବର୍ଦ୍ଧିତ ସମୟ ମଧ୍ୟରେ କୂଟନୈତିକ ସ୍ତରରେ ଆଲୋଚନା ମାଧ୍ୟମରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ ଜାରି ରହିବ।

Related Articles

Back to top button