ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।

ଭୁବନେଶ୍ୱର,ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଅଫିସିଆଲ୍ ଟ୍ରୁଥ୍ ସୋସିଆଲ ଆକାଉଣ୍ଟରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ ଇରାନ, ସରକାର ଅବ୍ୟବସ୍ଥିତ। କିନ୍ତୁ ମୁଁ ଏହି ଭାଙ୍ଗିଯାଉଥିବା ସରକାରଙ୍କୁ ସୁଯୋଗ ଦେବା ପାଇଁ ଯୁଦ୍ଧବିରତିକୁ ବୃଦ୍ଧି କରୁଛି। ସେ ଘୋଷଣା କରିଛନ୍ତି ଯେ ଇରାନ ଆମେରିକା ନିକଟରେ, ପ୍ରସ୍ତାବ ଉପସ୍ଥାପନ ନ କରିବା ପର୍ଯ୍ୟନ୍ତ ଏବଂ ଦୁଇ ପକ୍ଷ ମଧ୍ୟରେ, ଆଲୋଚନା ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଏହି ଯୁଦ୍ଧବିରତି, ବଳବତ୍ତର ରହିବ। ପାକିସ୍ତାନର ଅନୁରୋଧରେ ଏହି ଯୁଦ୍ଧବିରତି ବୃଦ୍ଧି କରାଯାଇଛି, କାରଣ ପାକିସ୍ତାନ ସରକାର ଇରାନ ବିରୁଦ୍ଧରେ ଯୁଦ୍ଧବିରତି ପାଇଁ ଦ୍ୱିତୀୟ ସୁଯୋଗ ଅନୁରୋଧ କରିଥିଲା। ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାର, ନିଷ୍ପତ୍ତି ପାଇଁ, ପାକିସ୍ତାନ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, “ମୋ ପକ୍ଷରୁ ଏବଂ ଫିଲ୍ଡ ମାର୍ଶାଲ ସୟଦ ଅସୀମ ମୁନିରଙ୍କ ପକ୍ଷରୁ, ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଯୁଦ୍ଧବିରତି ବୃଦ୍ଧି କରିବା ପାଇଁ, ଆମର ଅନୁରୋଧକୁ ସଦୟତାର ସହ ଗ୍ରହଣ କରିବା ପାଇଁ ଆନ୍ତରିକ ଭାବରେ ଧନ୍ୟବାଦ ଜଣାଉଛି। ଏହା ମଧ୍ୟପ୍ରାଚ୍ୟରେ ଶାନ୍ତି ପାଇଁ ଚାଲିଥିବା କୂଟନୈତିକ ପ୍ରୟାସକୁ ଏକ ସୁଯୋଗ ଦେଇଛି।




